


ସମ୍ବଲପୁର,୦୨, ଅଗଷ୍ଟ (ହି.ସ.) ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ନାରୀ ସେବା ସଦନଠାରେ ଆଜି ସମ୍ବଲପୁର ଏକତା ମଞ୍ଚ ପକ୍ଷରୁ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଯୁବତୀ ଓ ମହିଳାମାନେ ଉତ୍ସାହର ସହ ଭାଗ ନେଇ ଆକର୍ଷଣୀୟ ଝୋଟି ପ୍ରସ୍ତୁତ କରିଥିଲେ। ପ୍ରତିଯୋଗିତା ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ