

ସମ୍ବଲପୁର,୦୨, ଅଗଷ୍ଟ (ହି.ସ.)ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ର ଦ୍ବିତୀୟ ଦିନ ଆରମ୍ଭ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ରେ ଦ୍ବିତୀୟ ଦିବସରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ।କାର୍ଯ୍ୟକ୍ରମରେ ସମ୍ବଲପୁର ଉପ ଜିଲ୍ଲାପାଳ ଡ଼ଃ ପୁଷ୍ପାଞ୍ଜଳି ପଣ୍ଡା ଅତିଥି ଭାବେ ଯୋଗ ଦେଇ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆରମ୍ଭ କରିଥିବା ସମ୍ବଲପୁରୀ ଦିନ ସମ୍ବଲପୁରୀ ଲୋକ ସଂସ୍କୃତି କୁ ସର୍ବବ୍ୟାପୀ କରିଥିବା କହିଥିଲେ। ୧୪ ତମ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନର ଆଜିର କାର୍ଯ୍ୟକ୍ରମରେ -ଆକାଶ ପଟ୍ଟନାୟକ ପାହାନ୍ତିଆ ତରା ଉଦଲାନ,
ଚେତନାମୟୀ ବେହେରା ରସ ଜାମୁ ଡାଲି, ମିନାକ୍ଷୀ ରାଉତ ଚୁଟକାଚୁଟା,
ପୁଷ୍ପରାଜ ସୁନା ଶୋର ପଡୁଛେ ମୋର ସମ୍ବଲପୁର, ପପୁନ ବନକେ ଗାଧି ଗଲାବେଲେ ଗୀତ ଗାଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ
ସେଟଉପ ଡ଼ିଗ୍ଳେର
ବିର୍ଲା ସ୍କୁଲ
ଭାରତ ନାଟ୍ୟମ ଡାନ୍ସ ଏକାଡେମୀ
ଶ୍ରୀ ଏକାଡେମୀ
କଳାକାର କିଙ୍ଗ
ଦୟାନନନ୍ଦ ପ୍ଲେ ସ୍କୁଲ
ଆର, ଏସ, ଏସ ସ୍କୁଲ.
ଡିପିଏସ ସ୍କୁଲ
ପଶ୍ଚିମାଞ୍ଚଲ ଏକତା ମଞ୍ଚ
ଓମ କଲଚରାଳ
ଏମ ଆଇ ସ୍ଟୁଡ଼ିଓ
ଉଡାନ
ବ୍ରାଇଟ ଡାନ୍ସ ଏକାଡେମୀ
ବ୍ରହ୍ମପୁର ଟିମ
ସମଲେଶ୍ୱରୀ ଡାନ୍ସ ଏକାଡେମୀ
ରେମ୍ବୋ ଡାନ୍ସ ଏକାଡେମୀ
ବିଦ୍ୟାଶ୍ରୀ କଲାପରିଷଦ
ସାନ ଡାନ୍ସ ଏକାଡେମୀ
ଆପ୍ରିଜ଼ କଲେଜ
ପାଇଝଲ ଡାନ୍ସ ଗ୍ରୁପ
ସୁଜାତା କ୍ରିଏସନ
ଆର ବି ଡାନ୍ସ ଗ୍ରୁପ
ବଳରାମ ଡାନ୍ସ, ଗ୍ରୁପ ବରଗଡ଼
ନଟରାଜ କ୍ଲବ
ତାଳ ଟ୍ରାଓ
ଅଙ୍କନ ସ୍କୁଲ
କଲା ଓ କଳାକାର
ପଞ୍ଚମ ଧ୍ୱନି
ସାନିକା ଡାନ୍ସ ଏକାଡେମୀ
ଜାଗୃତ କଳାକେନ୍ଦ୍ର
ଏମବିପିଓଉସ
ଫେସ ଟୁ ଫେସ ସମ୍ବଲପୁରୀ ଲୋକ ନାଚ ପ୍ରଦର୍ଶନ କରିଥିଲେ।
ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମରେ ମାଗଣା ଲେଥା ବଣ୍ଟନ କରିଥିବା କୁଲତା ସମାଜ,ଫଳ ଚାରା ବଣ୍ଟନ କରାଥିବା ସ୍ବର ଫାଉଣ୍ଡେସନ, ଲିମସରିନ ଯୁବକ ସଂଘ, ପାନୀୟ ଜଳ ବଣ୍ଟନ କରିଥିବା ମନୁଭାଇ ଫାଉଣ୍ଡେସନ, ସମ୍ବଲପୁରୀ ଡିଜାଇନ୍ କରିଥିବା ରବି ଡିଜାଇନ୍ କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସକାଳେ ଯୁବ କଳାକାରଙ୍କୁ ସୁଯୋଗ
ପଶ୍ଚିମାଂଚଲ ଏକତା ପକ୍ଷରୁ ସକାଳେ ଯୁବ କଳାକାରଙ୍କୁ ସୁଯୋଗ ଦେବାପାଇଁ
ସକାଳେ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ତିନୋଟି ବିଭାଗରେ ପ୍ରତିଯୋଗୀମାନେ ଯୋଗ ଦେଇଥିଲେ। ଏଥିରେ ଉତ୍ତମ ସିଂ, ଦିପାଳୀ ଚୈଧୁରୀ, ଅସୀମ ପ୍ରଧାନ ବିଚାରକ ଭାବେ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ