ଦଶମ ଶ୍ରେଣି ଛାତ୍ରକୁ ହତ୍ୟା ମାମଲା, ୨ ଭାଇ ଗିରଫ
ଜୟପୁର , 02 ଅଗଷ୍ଟ (ହି.ସ.) ଗତ 31 ତାରିଖ ରେ ମଧ୍ୟାନ ଭୋଜନ ଛୁଟି ସମୟ ରେ ବାରିଣୀପୁଟ ଛାତ୍ର କୁ ହତ୍ୟା ଘଟଣା ରେ ଆଜି ଜୟପୁର ସଦର ପୋଲିସ ହତ୍ୟା ଘଟଣା ରେ ସମ୍ପକୃତ ଥିବା ଦୁଇ ଅପରାଧି ଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକଙ୍କ ଭିତରୁ ଜଣେ ହେଉଛନ୍ତି ଅଫତାବ ହିଆଲ ଅନ୍ୟ ଜଣେ ନାଵାଳକ
ଦଶମ ଶ୍ରେଣି ଛାତ୍ରକୁ ହତ୍ୟା ମାମଲା, ୨ ଭାଇ ଗିରଫ


ଜୟପୁର , 02 ଅଗଷ୍ଟ (ହି.ସ.) ଗତ 31 ତାରିଖ ରେ ମଧ୍ୟାନ ଭୋଜନ ଛୁଟି ସମୟ ରେ ବାରିଣୀପୁଟ ଛାତ୍ର କୁ ହତ୍ୟା ଘଟଣା ରେ ଆଜି ଜୟପୁର ସଦର ପୋଲିସ ହତ୍ୟା ଘଟଣା ରେ ସମ୍ପକୃତ ଥିବା ଦୁଇ ଅପରାଧି ଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକଙ୍କ ଭିତରୁ ଜଣେ ହେଉଛନ୍ତି ଅଫତାବ ହିଆଲ ଅନ୍ୟ ଜଣେ ନାଵାଳକ ବୋଲି ପୋଲିସ ତରଫରୁ ସାମ୍ବାଦିକ ସମିଳନୀ କରି ସୂଚନା ଦିଆଯାଇଛି । ଘଟଣା ରେ ସମ୍ପକୃ ଥିବା ଦୁଇ ଜଣ ଙ୍କ ଭିତରୁ ଯୁବକ ଜଣଙ୍କୁ କୋର୍ଟ ଓ ନାବାଳକ ଜଣ ଙ୍କୁ ଜୁବେନାଇଲ ଜଷ୍ଟିସ କୋର୍ଟ ଚାଳାଣ କରାଯାଇଛି ।

ପୋଲିସ ସୂଚନା ମୁତାବକ ଗତ 31 ତାରିଖରେ ବାରିଣୀପୁଟ ଯୋଜନା ଉଚ୍ଚ ବିଦ୍ୟାଳୟ ରେ ମଧ୍ୟାନ୍ନ ଭୋଜନ ଛୁଟି ସମୟ ରେ ସ୍କୁଲ ବାହାରେ କିଛି ଛାତ୍ର ଓ ଅଣ ଛାତ୍ର ଙ୍କ ଭିତରେ ବଚଷା ହୋଇଥିଲା ଓ ଏହି ବଚସା ସମୟ ରେ ବଚଶା ରେ ପୁର୍ଣ ଛେଦ ପକାଇବା ପାଇଁ ମଧ୍ୟସ୍ଥି କରିବାକୁ ଉଦ୍ୟମ କରିଥିବା ଛାତ୍ର କୁ ଅନ୍ୟ ଗୋଷ୍ଠୀ ର ଦୁଇ ଜଣ ଙ୍କ ଭିତରୁ ଜଣେ ତାଙ୍କୁ କାବୁ କରି ଧରିଥିଲା ଓ ଅନ୍ୟଜଣ ଯୁବକ ତାଙ୍କ ପେଟକୁ ଧାରୁଆ ଛୁରୀ ରେ ଆକ୍ରମଣ କରିଥିଲା. ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ଏକ ଘରୋଇ ହସ୍ପିଟାଲ କୁ ଚିକିତ୍ସା ପାଇଁ ନିଆଯାଇଥିଲା ସେଠି ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ. ହତ୍ୟା ରେ ବ୍ୟବହୃତ ହୋଇଥିବା ଧାରୁଆ ଛୁରୀ କୁ ଭି ପୋଲିସ ଜବତ କରିଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande