ମହମ୍ମଦ ରଫିଙ୍କ ସ୍ମୃତିରେ ସଂଗୀତ ପରିବେଷଣ
ମାଲକାନଗିରି, ୦୨ ଅଗଷ୍ଟ(ହି.ସ.) – ସେଭେନ ହରମୋନିକ ମ୍ୟୁଜିକ ଅଣ୍ଡ କଲଚୁରାଲ ଗ୍ରୁପ ମାଲକାନଗିରି ତରଫରୁ ମହମ୍ମଦ ରଫି ନାଇଟ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ଏହି ନାଇଟ କାର୍ଯ୍ୟକ୍ରମକୁ ଡେପୁଟି କମାଣଡେଂଟ ରବି ଶଙ୍କର ସେନା ସୁରକ୍ଷା ବାହିନୀ ମାଲକାନଗିରି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥି
ମହମ୍ମଦ ରଫିଙ୍କ ସ୍ମୃତିରେ ସଂଗୀତ ପରିବେଷଣ।


ମାଲକାନଗିରି, ୦୨ ଅଗଷ୍ଟ(ହି.ସ.) – ସେଭେନ ହରମୋନିକ ମ୍ୟୁଜିକ ଅଣ୍ଡ କଲଚୁରାଲ ଗ୍ରୁପ ମାଲକାନଗିରି ତରଫରୁ ମହମ୍ମଦ ରଫି ନାଇଟ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ଏହି ନାଇଟ କାର୍ଯ୍ୟକ୍ରମକୁ ଡେପୁଟି କମାଣଡେଂଟ ରବି ଶଙ୍କର ସେନା ସୁରକ୍ଷା ବାହିନୀ ମାଲକାନଗିରି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ରୂପେ ସମାଜ ସେବୀ ରତ୍ନାକର ଦାଶ ପୁଷ୍ପମାଲ୍ୟ କରି ରଫିଙ୍କର ପୁରୁଣା ଗୀତାର ସ୍ୱାଦ ଅଲଗା କହି ଅଭିଭାଷଣ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ଅତିଥି ରୂପେ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ପ୍ରକୃତି ବନ୍ଧୁ ତଥା ଅଧ୍ୟାପକ ମାଲକାନଗିରି ମହାବିଦ୍ୟାଳୟ ଉପସ୍ଥିତ ଗାୟକ ଗାୟିକା ଏବଂ ଦେଖାଣାହାରୀଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମେ ରଫିଙ୍କ ଫୋଟ ଚିତ୍ରରେ ଅତିଥିଙ୍କ ଦ୍ୱାରା ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପିଂଟୁ ବିଶ୍ୱାସ ଘୋଷକ କାର୍ଯ୍ୟକ୍ରମର ରଫିଙ୍କ ସ୍ମୃତିରେ ଗୀତ ଗାଇ ଦର୍ଶକମାନଙ୍କୁ ଝୁମାଇଥିଲେ। ଦୀପକ ନାୟକ ଅର୍ଗାଅନ, ପୂର୍ଣ୍ଣ ନାୟକ ତବଲା ବାଦକ, ଅନୀଲ ବାବୁ ଗୀଟର, ବିଜୟ କ୍ଷତି ଓ ବାବୁଲି ଅକ୍ଟୋପେଡରେ ବଜାଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ଜ୍ୟୋତି ଭୂମିକ, ସୁକଦେବ ବୈରାଗୀ, ସଞ୍ଜୟ ମାଲାକାର, ମହେନ୍ଦ୍ର ପାଟିକା, ବନମାଳୀ କୁମାର, ବାବୁନା ଖରା, ବିଜୟ ସାମନ୍ତରାୟ, ଲଷ୍ମୀ ବେହେରା, ପ୍ରିୟା ବେହେରା, ଅଞ୍ଜଳି ବିଶ୍ୱାସ ପ୍ରମୁଖ ଗୀତଗାଇ ଦର୍ଶକଙ୍କ ମନମୁଗ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରିର ଏକ ହଜାରରୁ ଉର୍ଦ୍ଧ୍ୱ ଦର୍ଶକ ଉପସ୍ଥିତି ରହି ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ପୁରୁଣା ମେଡିକାଲ ଛକରେ ଆୟୋଜିତ ହୋଇଥିବାରୁ ମାଲକାନଗିରିର କଳାପ୍ରେମୀମାନେ ଭୁୟସୀ ପ୍ରଶଂସା କରିଥିଲେ। ଜି. ଶ୍ରୀନିବାସ ରାଓ, ବଣିକ ସଙ୍ଘ ସଭାପତି ସୁରେଶ କୁମାର ସମାନୀ, ଏସ୍. ସାଇବାବୁ ପ୍ରମୁଖ ଯୁବଗୋଷ୍ଠୀ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande