ଆଇଆଇଏମ୍ ପକ୍ଷରୁ ନିଶା ମୁକ୍ତ ଯୁବା ଫର୍ ବିକଶିତ ଭାରତ ଅଭିଯାନ : ନଶାମୁକ୍ତ ଭାରତ ପ୍ରତି ପ୍ରତିବଦ୍ଧତା

ସମ୍ବଲପୁର,୦୨, ଅଗଷ୍ଟ (ହି.ସ.) ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା 'ମାଏ ଭାରତ' (ମେରା ଯୁବା ଭାରତ) ଜରିଆରେ ଆରମ୍ଭ ହୋଇଥିବା ସର୍ବଭାରତୀୟ ନଶା ମୁକ୍ତ ଯୁବା ଫର୍ ବିକଶିତ ଭାରତ ଅଭିଯାନରେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ୍) ସମ୍ବଲପୁର ଯୋଗଦେଇଛି। ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଏହାର ପରିସରରେ ଏହି ଅଭିଯାନ ପାଳନ କରାଯାଇଛି, ଯାହା ଭାରତ ସରକାରଙ୍କ 'ନଶା ମୁକ୍ତ ଭାରତ ଅଭିଯାନ' ଏବଂ ୨୦୪୭ ସୁଦ୍ଧା ଏକ ସୁସ୍ଥ, ସଶକ୍ତ ଏବଂ ନଶାମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ସଂସ୍ଥାର ପ୍ରତିବଦ୍ଧତାକୁ ଦୋହରାଉଛି।

ଏହି ଅଭିଯାନରେ ଛତ୍ରଛତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସମସ୍ତେ ଏକତ୍ରିତ ହୋଇ ମାଦକ ଦ୍ରବ୍ୟ ସେବନର କୁପ୍ରଭାବ ଏବଂ ଏକ ସୁସ୍ଥ, ଦାୟିତ୍ୱବାନ ଏବଂ ନଶାମୁକ୍ତ ଜୀବନଶୈଳୀ ଗ୍ରହଣ କରିବାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ ଅଂଶଗ୍ରହଣକାରୀମାନେ ନଶାଠାରୁ ଦୂରେଇ ରହିବା ଏବଂ ସମାଜରେ ସଚେତନତା ବ୍ୟାପ୍ତ କରିବା ପାଇଁ ଶପଥ ଗ୍ରହଣ କରିଥିଲେ, ଯାହା ଜଣେ ଦାୟିତ୍ୱବାନ ନାଗରିକ ଏବଂ ଜାତୀୟ ଆନ୍ଦୋଳନର ଦୂତ ଭାବରେ ସେମାନଙ୍କର ଭୂମିକାକୁ ଆହୁରି ଦୃଢ଼ କରିଥିଲା। ଦେଶର ଯୁବପିଢ଼ିଙ୍କୁ ନଶା କବଳରୁ ରକ୍ଷା କରିବାରେ ସାମୂହିକ ଦାୟିତ୍ୱବୋଧ, ଜନସଚେତନତା ଏବଂ ଗୋଷ୍ଠୀଗତ ଭାଗିଦାରୀର ଗୁରୁତ୍ୱକୁ ଏହି ପଦକ୍ଷେପ ପ୍ରତିଫଳିତ କରିଛି। ଏଭଳି ପଦକ୍ଷେପ ଜରିଆରେ ଆଇଆଇଏମ୍ ସମ୍ବଲପୁର ସାମାଜିକ ଭାବେ ଦାୟିତ୍ୱବାନ ନେତୃବୃନ୍ଦଙ୍କୁ ଗଢ଼ିତୋଳିବା ଦିଗରେ ନିଜର ପ୍ରତିବଦ୍ଧତାକୁ ଜାରି ରଖିଛି, ଯେଉଁମାନେ ନୈତିକ ନେତୃତ୍ୱ ଏବଂ ଦାୟିତ୍ୱପୂର୍ଣ୍ଣ ନାଗରିକତା ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଅର୍ଥପୂର୍ଣ୍ଣ ଅବଦାନ ରଖିଥା'ନ୍ତି।

ଏହି ଅବସରରେ ମତବ୍ୟକ୍ତ କରି ଆଇଆଇଏମ୍ ସମ୍ବଲପୁରର ମୁଖ୍ୟ ପ୍ରଶାସନିକ ଅଧିକାରୀ (ସିଏଓ) ଅମୃତ ପି. ମହାନ୍ତି ନିଜ ବଯକ୍ତବରେ କହିଛନ୍ତି

ଏହି କାର୍ଯ୍ୟକ୍ରମ ଯୁବକମାନଙ୍କର କଲ୍ୟାଣକୁ ପ୍ରୋତ୍ସାହିତ କରିବା ଏବଂ 'ବିକଶିତ ଭାରତ ୨୦୪୭'ର ଲକ୍ଷ୍ୟରେ ଅବଦାନ ରଖିବା ପାଇଁ ଜାତୀୟ ପଦକ୍ଷେପ ଗୁଡ଼ିକ ପ୍ରତି ଆଇଆଇଏମ୍ ସମ୍ବଲପୁରର କ୍ରମାଗତ ସମର୍ଥନକୁ ଦର୍ଶାଏ। ସଚେତନତା, ପ୍ରତିରୋଧ ଏବଂ ସକ୍ରିୟ ଗୋଷ୍ଠୀ ସଂପୃକ୍ତିକୁ ପ୍ରୋତ୍ସାହିତ କରି, ଏକ ସୁସ୍ଥ, ଶକ୍ତିଶାଳୀ ଏବଂ ନଶାମୁକ୍ତ ସମାଜ ଗଠନ ପାଇଁ ଯୁବ ମନସ୍କଗୁଡ଼ିକୁ ପ୍ରେରଣା ଯୋଗାଇବା ଏହି ସଂସ୍ଥାର ମୁଖ୍ୟ ଲକ୍ଷ୍ୟ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande