ବନ୍ୟାଂଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କଲା ପିସିସି ରିଲିଫ୍ ଟିମ୍
ଭଦ୍ରକ, ୨ ଅଗଷ୍ଟ (ହି.ସ.) - ରାଜ୍ୟ କଂଗ୍ରେସର ପିସିସି ରିଲିଫ୍ ଟିମ୍ ଧାମନଗର ବ୍ଲକର ବନ୍ୟାପ୍ରଭାବିତ ଦଳାଙ୍ଗ, ପଧାନୀ ଓ କଟସାହି ପଂଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ବନ୍ୟାଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିଛି। ଟିମ୍ ସଦସ୍ୟମାନେ ବନ୍ୟାରେ ନଷ୍ଟ ହୋଇଥିବା ଧାନ ଓ ପନିପରିବା ଚାଷ ବୁଲି ଦେଖିବା
PCC RELIEF TEAM BANYANCHALA ANUDHYANA


ଭଦ୍ରକ, ୨ ଅଗଷ୍ଟ (ହି.ସ.) - ରାଜ୍ୟ କଂଗ୍ରେସର ପିସିସି ରିଲିଫ୍ ଟିମ୍ ଧାମନଗର ବ୍ଲକର ବନ୍ୟାପ୍ରଭାବିତ ଦଳାଙ୍ଗ, ପଧାନୀ ଓ କଟସାହି ପଂଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ବନ୍ୟାଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିଛି। ଟିମ୍ ସଦସ୍ୟମାନେ ବନ୍ୟାରେ ନଷ୍ଟ ହୋଇଥିବା ଧାନ ଓ ପନିପରିବା ଚାଷ ବୁଲି ଦେଖିବା ସହ ପୀଡ଼ିତ ପରିବାରଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ। ଫତେପୁର ଗ୍ରାମରେ ବନ୍ୟା ପାଣିରେ ପ୍ରାଣ ହରାଇଥିବା ୭ ବର୍ଷୀୟା ଜ୍ୟୋତି ସାହୁଙ୍କ ପରିବାରକୁ ଭେଟି ସମବେଦନା ମଧ୍ୟ ଜଣାଇଥିଲେ। ଏହି ଅବସରରେ ପିସିସି ରିଲିଫ୍ ଟିମ୍ ପକ୍ଷରୁ ବନ୍ୟାପୀଡ଼ିତଙ୍କୁ ପର୍ଯ୍ୟାପ୍ତ ରିଲିଫ୍ ସାମଗ୍ରୀ, ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ, ପଶୁଙ୍କ ପାଇଁ ଗୋଖାଦ୍ୟ ବ୍ୟବସ୍ଥା, କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ସହାୟତା, ଫସଲ କ୍ଷୟକ୍ଷତିର ଆକଳନ କରି ଶୀଘ୍ର କ୍ଷତିପୂରଣ ପ୍ରଦାନ ଏବଂ ଭାଙ୍ଗିଯାଇଥିବା ନଦୀବନ୍ଧର ତୁରନ୍ତ ମରାମତି ଦାବି କରାଯାଇଥିଲା। ଏଥିସହ ରିଲିଫ୍ ବଂଟନରେ କୌଣସି ପ୍ରକାର ଦଳୀୟ ଭେଦଭାବ ନ କରିବାକୁ ଟିମ୍ ଆହ୍ୱାନ ଦେଇଥିଲା। ପରିଦର୍ଶନ ଶେଷରେ ଟିମ୍ ସଦସ୍ୟମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ବନ୍ୟା ସ୍ଥିତି ଓ ପୀଡ଼ିତଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବାସୁଦେବପୁର ବିଧାୟକ ତଥା ପିସିସି ରିଲିଫ୍ କମିଟି ଅଧ୍ୟକ୍ଷ ଅଶୋକ ଦାସ, ଅଲ୍ ଇଣ୍ଡିଆ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ନରେନ୍ଦ୍ର କୁମାର ଭାଟି, ପିସିସି ରିଲିଫ୍ ଟିମ୍ ସଦସ୍ୟ ଜୟଶ୍ରୀ ମହାନ୍ତି ଓ ଦେବେନ୍ଦ୍ର ମହାନ୍ତିଙ୍କ ସମେତ ଧାମନଗର ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ନାୟକ, ଜିଲ୍ଲା ଉପସଭାପତି ଅଭିଷେକ ରାଉତ, ନିର୍ବାଚନ ମଣ୍ଡଳୀ ନେତା ବିଦ୍ୟାଧର ଜେନା, ନଗର ସଭାପତି ପ୍ରମୋଦ ସ୍ୱାଇଁ, ହୃଦାନନ୍ଦ ସେଠୀ, ପ୍ରଶନ୍ନ ଧଳ, ସୁଧାଂଶୁ ଶେଖର ଦାସ, ରବୀନ୍ଦ୍ର ଜେନା, ରବୀନ୍ଦ୍ର ବେହେରା, ନିମାଇଁ ଚରଣ ଜେନା, ନିରାକାର ଧଳ, ଦୁର୍ଯ୍ୟଧନ ସାହୁ, ସଞ୍ଜୟ ମିଶ୍ର, ମାନସ ମହାପାତ୍ର, ଶିଶିର କୁମାର ଦେବତା, ପ୍ରଭାତ ପଣ୍ଡା, ଅଜିତ ପଣ୍ଡା, ତ୍ରିଲୋଚନ ରାଉତ, ଅଭୟ ରାଉତ, କୃଷ୍ଣ ଚନ୍ଦ୍ର ଦାସ ଓ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତା ଉପସ୍ଥିତ ଥିଲେ। ଏହି ଅବସରରେ ବନ୍ୟାପୀଡ଼ିତଙ୍କ ମଧ୍ୟରେ ଶୁଖିଲା ଖାଦ୍ୟ ସାମଗ୍ରୀ ମଧ୍ୟ ବଂଟନ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande