ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ
ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ
ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ

ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ

ସମ୍ବଲପୁର,୦୨, ଅଗଷ୍ଟ (ହି.ସ.) ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁଢ଼ାରଜା ସ୍ଥିତ ଏକ ହୋଟେଲ୍ରେ ରବିବାର ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ସମ୍ମିଳନୀରେ ଓଡ଼ିଶାକୁ ଦେଶର ଅଗ୍ରଣୀ ପର୍ଯ୍ୟଟନ ରାଜ୍ୟରେ ପରିଣତ କରିବା ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ଝାରସୁଗୁଡ଼ା ଭଳି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଏବଂ ହୋଟେଲ ଶିଳ୍ପକୁ ଅଧିକ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହାସହ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ, ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସେବା ଯୋଗାଇବା ଉପରେ ସଂଘର ସଭାପତି ଜେ କେ ମହାନ୍ତି ଗୁରୁତ୍ୱାରୋପ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande