
ଝାରସୁଗୁଡା, 02 ଅଗଷ୍ଟ (ହି.ସ.) : ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ନିର୍ବାଚନ ମଣ୍ଡଳୀର ଲଇକେରା ଓ କିର୍ମିରା ବ୍ଲକ ଗସ୍ତ କରି ବହୁଗୁଡ଼ିଏ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I ବିଧାୟକ ତ୍ରିପାଠୀ ଲଇକେରା ବ୍ଲକର ଗଞ୍ଜୁଡ଼ିହି ଠାରୁ ନୂଆଡ଼ିହି ଭାୟା ଦର୍ଘ ପଡା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ, ନାୟକ ବନ୍ଧପାଲି ସ୍ଥିତ ଫୁଲକୋବି ଛକ ଠାରୁ ହାତୀଆନାଲା ଡ୍ୟାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସହ ଲଇକେରା କଲେଜ ଛକ ଠାରୁ ଭାୟା ଆରଡ଼ି ରାସ୍ତା ଦେଇ ପାନପାଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ର ଶୁଭ ଦେଇଛନ୍ତି I ଠିକ ସେହିପରି କିର୍ମିରା ବ୍ଲକର ହଣ୍ଡାତୁପା ରୁ ଖରିଆକାନୀ ରାସ୍ତା, ଭଉରା ଆରଡ଼ି ରାସ୍ତାରୁ ଲୁହୂରପଡା ପର୍ଯ୍ୟନ୍ତ ଏବଂ କିର୍ମିରା ପାୱାର ଗ୍ରୀଡ଼ ଠାରୁ ନକ୍ସାପାଲି ଭାୟା ମାଲୁପଡା ଓ ସୋମାପଡା ପର୍ଯ୍ୟନ୍ତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I ଏହି ଅବସରରେ ବିଧାୟକ ତ୍ରିପାଠୀ ଗ୍ରାମାଞ୍ଚଳ ରେ ଉନ୍ନତ ରାସ୍ତା ଓ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଯୋଗୁଁ ଅଂଚଳବାସୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ I ଯାହାଫଳରେ ଅଞ୍ଚଳର ବିକାଶ ହେବ I ଏହାସହ ଏହି ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ବଢ଼ିବା ସହିତ ସ୍ଥାନୀୟ ବିକାଶକୁ ମଧ୍ୟ ନୂତନ ଗତି ମିଳିବ ବୋଲି ମତ ଦେଇଥିଲେ I ଅନୁଷ୍ଠିତ ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ଲେଙ୍କା, ଲାଇକେରାଓ କିର୍ମିରା ବିଡ଼ିଓ, ପାକେଲପଡା ମଣ୍ଡଳ ସଭାପତି କୁଳମଣି କିସାନ, ସାହସପୁର ସରପଞ୍ଚ ସୁକାନ୍ତି ଜୟପୁରିଆ, ଲଇକେରା ମଣ୍ଡଳ ସଭାପତି ଦ୍ଵିତୀୟା ଓରାମ, କିର୍ମିରା ମଣ୍ଡଳ ସଭାପତି ଉଦ୍ଧବ ସିଂ ନାୟକ, ବିଜୟ ଶର୍ମା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ଥିଲେ I
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ