
ମାଲକାନଗିରି, ୨ ଅଗଷ୍ଟ (ହି.ସ.)- ଦୃଢ ମନୋବଳ, କଠୋର ସାଧନା, ନିଃସ୍ଵାର୍ଥପର ସେବା, ନିଷ୍ଠାପର କର୍ତ୍ତବ୍ୟ ପାଖରେ ସବୁ ପ୍ରତିବନ୍ଧକ ଆପେ ଆପେ ଦୂର ହୋଇଯାଏ, ଯାହାର ପ୍ରମାଣ ହେଉଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ତାର୍ଲାକୋଟା ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କରୁଣାକର ମଲ୍ଲିକ । ତାର୍ଲାକୋଟା ଭଳି ପଛୁଆ ଅଞ୍ଚଳରେ ନିରବଚ୍ଛିନ୍ନ ଶିକ୍ଷାଦାନ, ସମାଜ ସେବା, ପରିବେଶ ସୁରକ୍ଷା ଉପରେ କାର୍ଯ୍ୟକରି ପୂର୍ବରୁ ରାଜ୍ଯ ଶିକ୍ଷକ ସମ୍ମାନ, ପ୍ରକୃତି ବନ୍ଧୁ ସମ୍ମାନ, ଆଦର୍ଶ ଶିକ୍ଷକ ସମ୍ମାନ ଭଳି ଅନେକ ସରକାରୀ ତଥା ବେସରକାରୀ ଅନୁଷ୍ଠାନମାନଙ୍କ ଠାରୁ ସମ୍ମାନିତ ହୋଇଛନ୍ତି। ଓଡ଼ିଶାର ଜଣେ ଜଣାଶୁଣା କବି ଭାବରେ ମଧ୍ୟ ସେ ସୁପରିଚିତ। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ବିହାର, ପୁରୀରେ ଜ୍ଞାନ ପ୍ରକାଶ ଦ୍ବାରା ଆୟୋଜିତ ଦଶମ ଜାତୀୟ ସମ୍ମିଳନୀ ଅବସରରେ ତାଙ୍କୁ ଜ୍ଞାନ ପ୍ରକାଶ ଶିକ୍ଷା ପୁରସ୍କାର ୨୦୨୬ ରେ ମାନପତ୍ର, ପ୍ରଶଂସା ପତ୍ର, ଉପଢୌକନ ଓ ମୋମେଣ୍ଟ ଦେଇ ସମ୍ମାନିତ କରିଥିବାରୁ ଅଞ୍ଚଳବାସୀ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ