
ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)-
ରାଜଧାନୀରେ ଷ୍ଟାଫ ନର୍ସଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ବାଲିପାଟଣା
ଥାନାରେ ଜିରୋ ଏଫଆଇଆରହେବା ପରେ ଅଭିଯୁକ୍ତ
ପ୍ରେମିକକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାଲିପାଟଣା ଥାନା ଅଞ୍ଚଳର
ଭବତୋଷ ମହାନ୍ତି । ଷ୍ଟାଫ ନର୍ସ ଜଣଙ୍କ ଗତ 9ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ୯ ବର୍ଷର ପୁଅ ଅଛି । ସ୍ୱାମୀ ସହ କୌଣସି କଥାକୁ
ନେଇ ଝଗଡା ହେବାରୁ ପୁଅକୁ ଧରି ଭୁବନେଶ୍ୱର ପଳେଇ ଆସିଥିଲେ । ଏଠାରେ ଷ୍ଟାଫ ନର୍ସ ଭାବରେ କାମ
କରୁଥିଲେ । ଦେଢ଼ ବର୍ଷ ତଳେ ଭଵତୋଷ ମହାନ୍ତିଙ୍କ ସହ ପରିଚିତ
ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ
ଗଢି ଉଠିଥିଲା । ଉଭୟ ମଧ୍ୟ ବର୍ଷେ ହେବ ଲିଭ-ଇନରେ ରହୁଥିଲେ । ଷ୍ଟାପ
ନର୍ସ ଜଣଙ୍କ ଭବତୋଷକୁ ବିବାହ କରିବାକୁ କହିବାରୁଭଵତୋଷ ନିଜ ଗାଁ ବାଲିପାଟଣାକୁ ପଳାଇଯାଇଥିଲେ । ମୋବାଇଲ ନମ୍ବର ଚେଞ୍ଜ କରି ଦେଇଥିଲେ । ଷ୍ଟାଫ ନର୍ସ
ଜଣଙ୍କ ତାଙ୍କ ଘରକୁ ଯାଇ ଭବଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ସେଠାରେ ଭବଙ୍କ ବାପା, ଭାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ବାଧ୍ୟ ହୋଇ
ଷ୍ଟାଫ ନର୍ସ ଜଣଙ୍କ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ । ଘଟଣା ଯେହେତୁ ଓ଼ଲ୍ଡ ଟାଉନ ଅଞ୍ଚଳରେ ଘଟିଛି ସେଥିପାଇଁ
ଜିରୋ ଏଫଆଇଆରଗ୍ରହଣ କରି ଲିଙ୍ଗରାଜ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ
ଚାଲାଣ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା