ଭୁବନେଶ୍ୱରରେ ଧସିଲା ରାସ୍ତା, ଗ୍ୟାରେଜ୍ ଛକ–ରବି ଟକିଜ୍ ମାର୍ଗରେ ବିରାଟ ଗର୍ତ୍ତ; ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ
ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.): ରାଜଧାନୀ ଭୁବନେଶ୍ୱରରେ ରବିବାର ଏକ ଅଘଟଣ ଘଟିଛି। ଗ୍ୟାରେଜ୍ ଛକରୁ ରବି ଟକିଜ୍କୁ ସଂଯୋଗ କରୁଥିବା ବ୍ୟସ୍ତ ରାସ୍ତା ହଠାତ୍ ଧସିଯିବାରୁ ସେଠାରେ ଭୟର ପରିବେଶ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଜଣେ ମୋଟରସାଇକେଲ ଆରୋହୀ ଅଳ୍ପକେ ବର୍ତ୍ତିଯାଇଥିବାରୁ
ଭୁବନେଶ୍ୱରରେ ଧସିଲା ରାସ୍ତା, ଗ୍ୟାରେଜ୍ ଛକ–ରବି ଟକିଜ୍ ମାର୍ଗରେ ବିରାଟ ଗର୍ତ୍ତ; ଅଳ୍ପକେ ବର୍ତ୍ତିଲେ     ବାଇକ୍ ଆରୋହୀ


ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.): ରାଜଧାନୀ ଭୁବନେଶ୍ୱରରେ ରବିବାର ଏକ ଅଘଟଣ ଘଟିଛି।

ଗ୍ୟାରେଜ୍ ଛକରୁ ରବି ଟକିଜ୍କୁ ସଂଯୋଗ କରୁଥିବା ବ୍ୟସ୍ତ ରାସ୍ତା ହଠାତ୍ ଧସିଯିବାରୁ ସେଠାରେ ଭୟର

ପରିବେଶ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଜଣେ ମୋଟରସାଇକେଲ ଆରୋହୀ ଅଳ୍ପକେ ବର୍ତ୍ତିଯାଇଥିବାରୁ

ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ରାସ୍ତାଟି ହଠାତ୍

ଧସିଯାଇ ପ୍ରାୟ ୫ରୁ ୬ ଫୁଟ ଗଭୀର ଏକ ବଡ଼ ଗାତ ସୃଷ୍ଟି ହୋଇଥିଲା। ଏହି ଘଟଣା ରାସ୍ତା ନିର୍ମାଣର

ଗୁଣବତ୍ତା ଏବଂ ଯାତାୟାତ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାସ୍ତା ତଳେ ମାଟିର

ଅଭାବ ଦେଖିବାକୁ ମିଳୁଥିଲା। ତେଣୁ ଭୂତଳ କ୍ଷୟ କିମ୍ବା ନିର୍ମାଣରେ ଦୁର୍ବଳତା ଯୋଗୁଁ ଏହି ଘଟଣା

ଘଟିଥିବା ସନ୍ଦେହ କରାଯାଉଛି।

ଏହି ଅପ୍ରତ୍ୟାଶିତ ଘଟଣା ପରେ ଉକ୍ତ ମାର୍ଗରେ ଯାତାୟାତ ପ୍ରଭାବିତ

ହୋଇଥିଲା ଏବଂ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି

ହୋଇଥିଲା। ମରାମତି କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ଯାତାୟାତ କରିବା ସମୟରେ

ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସ୍ଥାନୀୟ ଲୋକମାନେ

ଘଟଣାସ୍ଥଳରେ ଏକତ୍ରିତ ହୋଇ ରାସ୍ତାର ନିମ୍ନମାନର ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ପୋଲିସ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଯାତାୟାତକୁ

ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲା।

ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ପୁଣିଥରେ ସ୍ୱାଭାବିକ ଯାତାୟାତ

ବ୍ୟବସ୍ଥା ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଖୁବ୍ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ କରାଯିବ

ବୋଲି ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande