ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)- ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମନୱେଲ୍ଥ ଗେମ୍ସ–୨୦୨୬ରେ ମହିଳା ୬୩ କିଲୋଗ୍ରାମ ଜୁଡ
ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ     ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ


ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)- ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମନୱେଲ୍ଥ

ଗେମ୍ସ–୨୦୨୬ରେ ମହିଳା ୬୩ କିଲୋଗ୍ରାମ ଜୁଡୋ ବିଭାଗରେ ବ୍ରୋଞ୍ଜ ପଦକ ଜିତିଥିବା ଉନ୍ନତି

ଶର୍ମାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କ ଦକ୍ଷତା ଓ ଦୃଢ଼ ସଂକଳ୍ପ ଦେଶ ପାଇଁ ଅପାର ଗର୍ବ

ଆଣିଛି। ଟିମ୍ ଇଣ୍ଡିଆର ନିରନ୍ତର ସଫଳତା ପାଇଁ ଶୁଭେଚ୍ଛା।

ସେହିପରି ଅନ୍ୟ ଏକ ଟ୍ୱିଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମନୱେଲ୍ଥ

ଗେମ୍ସ–୨୦୨୬ରେ ପୁରୁଷ ପାରା ଶଟ୍ପୁଟ୍ ଏଫ୍–୫୭ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୋମନ

ରାଣା ଏବଂ ରୌପ୍ୟ ପଦକ ଜିତିଥିବା ଶୁଭମ ଜୁୟାଲଙ୍କୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ। ଏହି

ସ୍ୱର୍ଣ୍ଣ–ରୌପ୍ୟ ସଫଳତା ଭାରତୀୟ ପାରା ଆଥଲେଟିକ୍ସ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆପଣମାନଙ୍କର

ଅସାଧାରଣ ଶକ୍ତି, ଦୃଢ଼ତା ଓ ସଂକଳ୍ପର ଏହା ଏକ ଉଜ୍ଜ୍ୱଳ ପ୍ରତିଫଳନ। ଟିମ୍ ଇଣ୍ଡିଆର ଆଗାମୀ ସଫଳତା ପାଇଁ

ଅନେକ ଶୁଭେଚ୍ଛା।

ମୁଖ୍ୟମନ୍ତ୍ରୀ କମନୱେଲ୍ଥ ଗେମ୍ସ–୨୦୨୬ରେ ମହିଳା ୬୦ କିଲୋଗ୍ରାମ

ବକ୍ସିଂ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରିୟା ଘଂଘାସ,

ପୁରୁଷ ୬୦ କିଲୋଗ୍ରାମ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା ସଚିନ

ସିୱାଚ, ପୁରୁଷ ୮୦ କିଲୋଗ୍ରାମ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଙ୍କୁଶ ପଙ୍ଗାଲଙ୍କୁ

ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି ପୁରୁଷ ୫୫ କିଲୋଗ୍ରାମ ବକ୍ସିଂ ବିଭାଗରେ ରୌପ୍ୟ ପଦକ

ଜିତିଥିବା ଯାଦୁମଣି ସିଂହ ମାଣ୍ଡେଙ୍ଗବମ, ମହିଳା ୭୫ କିଲୋଗ୍ରାମ ବକ୍ସିଂରେ ରୌପ୍ୟ ପଦକ ଜିତିଥିବା ଲଭଲିନା ବୋର୍ଗୋହେନ ଏବଂ ପୁରୁଷ

୯୦+ କିଲୋଗ୍ରାମ ବକ୍ସିଂରେ ରୌପ୍ୟ ପଦକ ଜିତିଥିବା ନରେନ୍ଦ୍ର ବେରୱାଲଙ୍କୁ ମଧ୍ୟ ଅନେକ ଅଭିନନ୍ଦନ

ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସେ କହିଛନ୍ତି ଯେ, ଆମ କ୍ରୀଡ଼ାବିତ୍ମାନଙ୍କର ଏହି ଉଲ୍ଲେଖନୀୟ ସଫଳତା

ସେମାନଙ୍କର ଦୃଢ଼ ସଂକଳ୍ପ, ଶୃଙ୍ଖଳା ଏବଂ କ୍ରୀଡ଼ା ଉତ୍କର୍ଷତାର ପରିଚୟ ଦେଇଛି,

ଯାହା ସମଗ୍ର ଦେଶକୁ ଗର୍ବିତ କରିଛି। ଟିମ୍ ଇଣ୍ଡିଆ ଏଭଳି ସଫଳତାର

ଧାରା ଜାରି ରଖୁ ଏବଂ ଆଗାମୀ ଦିନରେ ଆହୁରି ଅନେକ ଗୌରବମୟ ମୁହୂର୍ତ୍ତ ସୃଷ୍ଟି କରୁ—ଏହି

ଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande