
ଧର୍ମଶାଳା,୨ ଅଗଷ୍ଟ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ରୁହାନୀ ମଦ୍ରାସା(ପ୍ରାଥମିକ ବିଦ୍ୟାଳୟ)ର ପ୍ରଧାନଶିକ୍ଷକ ଅବଦୁଲ ସହିଦ ଖାଁ ତାଙ୍କ ଚାକିରୀ କାଳରୁ ଅବସର ନେଇଛନ୍ତି । ଏହି ଉଦ୍ଦେଶ୍ୟରେ ରୁହାନୀ ମଦ୍ରାସା ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଫିରଦୋଶା ଆଲାମଙ୍କ ସଭାପତିତ୍ୱରେ ଅତିଥିଭାବେ ସାମାଜିକ କର୍ମୀ ସେକ୍ ଅନୱାରୁଲ ହକ୍,ବନ୍ଧଡିହ କ୍ଲଷ୍ଟର ସିଆରସିସି ବିଜୟ କୁମାର ସାହୁ,ଏଓଏମଟିଏ ସଭାପତି ଏମ୍ଏ କାଶିମ୍ ବେଗ୍,ମହମ୍ମଦ ଜୁନେଦ ଅକ୍ତର,ଜିଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ ଓ ସମିତିସଭ୍ୟା ରୁକ୍ସାନା ପରୱିନ୍ ପ୍ରମୁଖ ଯୋଗ ଦେଇ ପ୍ରଧାନଶିକ୍ଷକ ଶ୍ରୀ ଖାଁଙ୍କ ଜୀବନୀ ସମ୍ପର୍କରେ ମତବ୍ୟକ୍ତ କରିବା ସହ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅବଦୁଲରୋଫ୍ ଖାଁ,ଶିକ୍ଷକ ଅବଦୁଲ ରସିଦ୍ ଖାଁ, ଯୁବନେତା ରାକେଶ ଦେଇ,ଅମୂଲ୍ୟ ରାଉତ ଶିକ୍ଷକ ଶ୍ରୀବତ୍ସ ସାହୁ ଓ ବିରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଗୁଲଫାନ ଅଲ୍ଲୀ, ମହମ୍ମଦ ଆସଦ୍ , ତାଲିମ୍ ଖାଁ,ଆଲାମ ଖାଁ,ଅନୱର ଖାଁ,ସେକ୍ ଜାହିରୁଲ,ସଫି ଆଲାମ ଖାଁ,ଅବଦୁଲ ହଇ,ଇମତିୟାଜ୍ ଆଲାମ ଖାଁ ଓ ହାଜି ମକବୁଲ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜୁଲଫୁକାର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ