
ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)- ତ୍ରିରଙ୍ଗା ପତାକାର ଜନକ ପିଙ୍ଗଳି ଭେଙ୍କୟାଙ୍କ
ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଭାରତୀୟ ଜାତୀୟ ପତାକାର ମୂଳ ରୂପର
ସ୍ରଷ୍ଟା ଶ୍ରୀ ପିଙ୍ଗଳି ବେଙ୍କୟାଙ୍କ ଜୟନ୍ତୀରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।
ସେ କହିଛନ୍ତି ଯେ, ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଏବଂ ଅମୂଲ୍ୟ
ଅବଦାନ ସ୍ୱାଧୀନ ଭାରତର ଆତ୍ମା, ଏକତା ଓ ଆକାଂକ୍ଷାକୁ ଜାତୀୟ ପତାକା ମାଧ୍ୟମରେ ଚିରସ୍ଥାୟୀ ଅଭିବ୍ୟକ୍ତି ଦେଇଛି। ତାଙ୍କର
ଉତ୍ତରାଧିକାର ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ଦେଶପ୍ରେମ ଓ ଜାତୀୟ ଗୌରବର ଗଭୀର ଭାବନାରେ
ପ୍ରେରିତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା