
ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)- ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଗ୍ଲାସଗୋରେ ସ୍ୱର୍ଣ୍ଣ ବର୍ଷା ।
ନବୀନ କହିଛନ୍ତି ଯେ, ଗ୍ଲାସଗୋରେ ଆୟୋଜିତ କମନୱେଲ୍ଥ ଗେମ୍ସ ୨୦୨୬ରେ
ମହିଳା ୭୦ କିଲୋଗ୍ରାମ, ୬୦ କିଲୋଗ୍ରାମ ଏବଂ ୫୧ କିଲୋଗ୍ରାମ ବକ୍ସିଂ ବିଭାଗରେ ଯଥାକ୍ରମେ ଅରୁନ୍ଧତୀ ଚୌଧୁରୀ, ପ୍ରିୟା ଘଂଘାସ ଏବଂ ସାକ୍ଷୀ ଚୌଧୁରୀ
ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ଭାରତୀୟ ବକ୍ସରମାନେ ନିଜର ଅସାଧାରଣ ଦକ୍ଷତାର ପ୍ରଦର୍ଶନ କରି ଦେଶ
ପାଇଁ ସ୍ୱର୍ଣ୍ଣିମ ଗୌରବ ଆଣିଛନ୍ତି। ସେମାନେ ଆଗାମୀ ଦିନରେ ମଧ୍ୟ ଏଭଳି ଉଜ୍ଜ୍ୱଳ ପ୍ରଦର୍ଶନ
ଜାରି ରଖି ଦେଶ ପାଇଁ ଆହୁରି ଅନେକ ଗୌରବ ଆଣନ୍ତୁ ବୋଲି ଶୁଭେଚ୍ଛା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା