ଓଡ଼ିଶାରେ ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ'ର ଶୁଭାରମ୍ଭ, ୧ କୋଟିରୁ ଊର୍ଦ୍ଧ୍ୱ ଯୁବକଯୁବତୀ ନେଲେ ନିଶାମୁକ୍ତି ସଂକଳ୍ପ, ସାମିଲ ହେଲେ ପ୍ରଧାନମନ୍ତ୍ରୀ
ଯୁବପିଢ଼ି ନିଶା ଛାଡ଼ି ଖେଳପଡ଼ିଆ ଓ କ୍ଲାସରୁମ୍କୁ ଆପଣାନ୍ତୁ: ରାଜ୍ୟପାଳ ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ''ଜନ-ଆନ୍ଦୋଳନ'' ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନିଶା କ୍ଷେତ୍ରରେ ''ଜିରୋ ଟୋଲେରାନ୍ସ'':
ଓଡ଼ିଶାରେ       ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ'ର ଶୁଭାରମ୍ଭ, ୧       କୋଟିରୁ ଊର୍ଦ୍ଧ୍ୱ ଯୁବକଯୁବତୀ ନେଲେ ନିଶାମୁକ୍ତି ସଂକଳ୍ପ, ସାମିଲ ହେଲେ ପ୍ରଧାନମନ୍ତ୍ରୀ


ଯୁବପିଢ଼ି

ନିଶା ଛାଡ଼ି ଖେଳପଡ଼ିଆ ଓ କ୍ଲାସରୁମ୍କୁ ଆପଣାନ୍ତୁ:

ରାଜ୍ୟପାଳ

ଓଡ଼ିଶା

ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ 'ଜନ-ଆନ୍ଦୋଳନ' ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନିଶା

କ୍ଷେତ୍ରରେ 'ଜିରୋ ଟୋଲେରାନ୍ସ':

ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ -

ସୁଧୁର, ନଚେତ୍ ବୁଲଡୋଜର ଆକ୍ସନ୍ ପାଇଁ ପ୍ରସ୍ତୁତ ରୁହ!

ଭୁବନେଶ୍ୱର,

୨ ଅଗଷ୍ଟ (ହି.ସ) ‘ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ଅବସରରେ

ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଦୃଢ଼

ସଂକଳ୍ପ ଗ୍ରହଣ କରିଛନ୍ତି।

ସ୍ଥାନୀୟ

କଳିଙ୍ଗ ଷ୍ଟାଡିୟମ ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମାଇଁ

ଭାରତ’ ଦ୍ୱାରା ପରିଚାଳିତ, ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସମ୍ବୋଧିତ ଏହି ଜାତୀୟ କାର୍ଯ୍ୟକ୍ରମକୁ

ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡା ଓ ଯୁବବ୍ୟାପାର

ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଆଭାସୀ ମାଧ୍ୟମରେ

ଦେଖିଥିଲେ।

ରାଜ୍ୟପାଳ

ଡଃ କମ୍ଭମପାଟି ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ’ର

ଶପଥପାଠ କରାଇଥିଲେ।

ରାଜ୍ୟପାଳ

ଡକ୍ଟର ହରିବାବୁ କମ୍ଭମପାଟି ଯୁବପିଢ଼ିକୁ ରାଷ୍ଟ୍ର ନିର୍ମାଣର ପ୍ରମୁଖ କର୍ଣ୍ଣଧାର ଭାବେ

ଅଭିହିତ କରି ନିଶାମୁକ୍ତ ସମାଜ ଗଠନ ପାଇଁ କଳିଙ୍ଗ ଷ୍ଟାଡିୟମରୁ ଏକ ଓଜସ୍ୱୀ ଆହ୍ୱାନ ଦେଇଛନ୍ତି।

ରାଜ୍ୟପାଳ କ୍ରୀଡ଼ା, ଫିଟନେସ୍, ଯୋଗ, ସଂସ୍କାର ଓ ସମାଜସେବାକୁ ନିଶାଶକ୍ତର ଶ୍ରେଷ୍ଠ ବିକଳ୍ପ ଭାବେ

ବାଛିନେବାକୁ ଯୁବବର୍ଗଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଆଜି ଦେଶର ଏକ ପ୍ରମୁଖ କ୍ରୀଡ଼ା

ଆବୋଡ୍ ଭାବେ ଉଭା ହୋଇଥିବା ବେଳେ ଯୁବପିଢ଼ି ନିଶା ପରିବର୍ତ୍ତେ ଖେଳପଡ଼ିଆ ଓ କ୍ଲାସରୁମ୍କୁ

ଆପଣେଇ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। କେବଳ ସରକାରଙ୍କ ଉଦ୍ୟମ

ଦ୍ୱାରା ନିଶାମୁକ୍ତ ସମାଜ ସମ୍ଭବ ନୁହେଁ; ପିତାମାତା, ଶିକ୍ଷକ, ସାମାଜିକ ଅନୁଷ୍ଠାନ ଓ ବିଶେଷ କରି ଯୁବପିଢ଼ି ନିଜେ ଏହି ଆନ୍ଦୋଳନର

ବାର୍ତ୍ତାବହ ହୋଇ ବାହାରିଲେ ହିଁ ଏହା ଏକ

ଯୁଗାନ୍ତକାରୀ ‘ଜନ-ଆନ୍ଦୋଳନ’ରେ ପରିଣତ ହୋଇପାରିବ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି।

ଯୁବବର୍ଗଙ୍କୁ

ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ

ମାଝୀ ଘୋଷଣା କରିଛନ୍ତି ଯେ, ଏହି ଅଭିଯାନ କୌଣସି ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଆଗାମୀ ୧୦୦ ସପ୍ତାହ ଅର୍ଥାତ ଦୁଇ ବର୍ଷ ପର୍ଯ୍ୟନ୍ତ

ନିରବଚ୍ଛିନ୍ନ ଭାବେ ଚାଲିବାକୁ ଥିବା ଏକ ବ୍ୟାପକ ସାମାଜିକ ଜନ-ଆନ୍ଦୋଳନ।

ସୂଚନାଯୋଗ୍ୟ

ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭାସୀ ଉପସ୍ଥିତିରେ ଦେଶର ୧୦,୦୦୦ ରୁ ଅଧିକ ସ୍ଥାନରେ ୧ କୋଟିରୁ ଊର୍ଦ୍ଧ୍ୱ ଯୁବକଯୁବତୀ ଏକତ୍ରିତ

ହୋଇ ଏକ ସୁସ୍ଥ, ଶୃଙ୍ଖଳିତ, ସଂସ୍କାରପୂର୍ଣ୍ଣ ଓ ନିଶାମୁକ୍ତ ଭାରତ ଗଠନ ପାଇଁ ଦୃଢ଼ ସଂକଳ୍ପ

ଗ୍ରହଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ

ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ

ଯେ, 2047

ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ‘ଜେନ୍ ଜେଡ୍’ ପିଢ଼ି ଓ ଯୁବଶକ୍ତି ହିଁ ପ୍ରମୁଖ ବିଶ୍ୱକର୍ମା। ନିଶା ଆଜି କେବଳ

ସ୍ୱାସ୍ଥ୍ୟଗତ ସମସ୍ୟା ହୋଇ ରହିନାହିଁ, ବରଂ ଏହା ମାନସିକ ଓ ଶାରୀରିକ ସାମର୍ଥ୍ୟ ହ୍ରାସ କରିବା ସହ ପରିବାରର

ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି ଏବଂ ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶରେ ବଡ଼ ପ୍ରତିବନ୍ଧକ

ସାଜୁଛି।

ରାଜ୍ୟରେ

ନିଶାଦ୍ରବ୍ୟର ବେଆଇନ୍ କାରବାର ଓ ସିଣ୍ଡିକେଟ୍ଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ

ଓଡ଼ିଶା ସରକାର ‘ଶୂନ୍ୟ ସହନଶୀଳତା’ନୀତି ଆପଣାଇଛନ୍ତି। ଓଡ଼ିଶା ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ

ତଥ୍ୟ ଦେଇ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ଯେ, ଜୁଲାଇ ୨୦୨୪ ରୁ ଜୁନ୍ ୨୦୨୬ ମଧ୍ୟରେ ପୋଲିସ ପ୍ରାୟ ୧,୯୧୧ କୋଟି ଟଙ୍କା ମୂଲ୍ୟର ୬୩,୭୨୦ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଛି। ଏହାସହ ୨,୫୭୬ ଟି ମାମଲା ରୁଜୁ କରାଯାଇ ୩,୬୯୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୨,୧୦୬ କୋଟି ଟଙ୍କାର ୪୩୨ ଟନ୍ ଗଞ୍ଜେଇ ଜବତ କରାଯାଇଛି। କେବଳ ଆଇନଗତ

କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ନିଶାପୀଡ଼ିତଙ୍କ ପୁନରୁଦ୍ଧାର ଓ ପୁନର୍ବାସ ପାଇଁ ଚିକିତ୍ସା

କେନ୍ଦ୍ରଗୁଡ଼ିକୁ ମଧ୍ୟ ସୁଦୃଢ଼ କରାଯାଉଛି। କୌଣସି ବି ଅଞ୍ଚଳରେ ସନ୍ଦେହଜନକ ନିଶା କାରବାର

ନଜରକୁ ଆସିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସମ୍ପ୍ରତି

ଯୁବ ସମାଜ ବ୍ରାଉନ୍ ସୁଗାର, କୋକେନ୍, ସିନ୍ଥେଟିକ୍ ଓ ଇଞ୍ଜେକ୍ଟିଙ୍ଗ୍ ଡ୍ରଗ୍ସ ଭଳି ମାରାତ୍ମକ ନିଶା

ଆଡ଼କୁ ଜାଣିଶୁଣି ବା ସଙ୍ଗଦୋଷରୁ ଆକୃଷ୍ଟ ହେବା ନେଇ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ

କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର

ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି, ଯାହାର ପରିଣାମସ୍ୱରୂପ ଭୁବନେଶ୍ୱରରୁ ସିନ୍ଥେଟିକ୍ ଡ୍ରଗ୍ସ ଜବତ

କରାଯିବା ସହ ବାଲେଶ୍ୱରରେ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଡ୍ରଗ୍ସ ମାଫିଆଙ୍କୁ ସ୍ପଷ୍ଟ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୁବସମାଜକୁ ନିଶା ବିଷ ଦେବାରୁ ନିବୃତ୍ତ ନ ରହିଲେ ବୁଲଡୋଜର ଆକ୍ସନ୍

ଭଳି ଅତ୍ୟନ୍ତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ। ଜୀବନ ଅତ୍ୟନ୍ତ

ମୂଲ୍ୟବାନ୍ ହୋଇଥିବାରୁ ସମସ୍ତ ଯୁବସାଥୀ ‘ ନିଶାକୁ ନା’ଶପଥ

ନେଇ ନିଜକୁ ଏହି ନର୍କରୁ ଦୂରେଇ ରଖିବାକୁ ମୁଖ୍ୟମନ୍ତ୍ରୀ

ଅନୁରୋଧ କରିଛନ୍ତି।

ପରିଶେଷରେ

ମୁଖ୍ୟମନ୍ତ୍ରୀ ସମସ୍ତ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, ଏନଏସଏସ, ମାଇଁ ଭାରତ,ସ୍ୱେଚ୍ଛାସେବୀ, ଶିଳ୍ପାନୁଷ୍ଠାନ, ବେସରକାରୀ ସଂଗଠନ ଓ ଗଣମାଧ୍ୟମକୁ ଏକଜୁଟ ହୋଇ ନିଶାକୁ ନା

ଏବଂ ଜୀବନ ଓ ପ୍ରଗତିକୁ ହଁ ନାରା ସହ ଏହି ଜନ-ଆନ୍ଦୋଳନକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ

ଆହ୍ୱାନ ଦେଇଛନ୍ତି।

ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ

ନିଜ ଅଭିଭାଷଣରେ ଯୁବଶକ୍ତିର ସାମର୍ଥ୍ୟ ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ

କହିଛନ୍ତି ଯେ ରାଜ୍ୟର ବିଦ୍ୟାଳୟ, ମହାବିଦ୍ୟାଳୟ, ମାଇଁ ଭାରତ,ଯୁବ କ୍ଲବ, ଏନଏସଏସଓ କ୍ରୀଡ଼ା ହଷ୍ଟେଲଗୁଡ଼ିକର ଛାତ୍ରଛାତ୍ରୀମାନେ ହିଁ ଏହି

ନିଶାମୁକ୍ତି ଆନ୍ଦୋଳନର ପ୍ରମୁଖ ନାୟକ।

ଏହି

ଐତିହାସିକ ଅଭିଯାନକୁ ସମଗ୍ର ଓଡ଼ିଶାରେ ଅପୂର୍ବ ପ୍ରତିକ୍ରିୟା ମିଳିଛି। ରାଜ୍ୟର ୪୫୩ଟି

ନିର୍ଦ୍ଦିଷ୍ଟ କେନ୍ଦ୍ରରେ ଏହାର ସିଧାପ୍ରସାରଣକରାଯାଇଥିବା ବେଳେ ୧.୬ ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ଓ ଯୁବପିଢ଼ି

ଏକତ୍ରିତ ହୋଇ ଏହି ମହତ୍ ଆନ୍ଦୋଳନରେ ସାମିଲ ହୋଇଥିଲେ।

ଉକ୍ତ

କାର୍ଯ୍ୟକ୍ରମରେ କ୍ରୀଡା ବିଭାଗ ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ ସ୍ୱାଗତ ଭାଷଣ

ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ୟେଦୁଲ୍ଲା ବିଜୟ ଧନ୍ୟବାଦ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande