ବଜ୍ରାଘାତରେ ଯୁବ ଚାଷୀ ମୃତ : କ୍ଷତିପୂରଣ ଦାବି କଲେ ଗ୍ରାମବାସୀ
ଧର୍ମଶାଳା, ୨ ଅଗଷ୍ଟ(ହି.ସ.) - ଯାଜପୁର ଜିଲାରେ ଅଘଟଣ । କ୍ଷେତରେ ଚାଷ କାମ କରିବା ସମୟରେ ବଜ୍ରାଘାତରେ ଚାଲି ଗଲା ଯୁବ ଚାଷୀଙ୍କ ଜୀବନ । ମୃତ ଯୁବ ଚାଷୀ ଜଣକ ହେଲେ ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିତଳ ପଂଚାୟତର କୁମର ମଲ୍ଲିକଙ୍କ ପୁଅ ଚନ୍ଦନ(୨୮)ବୋଲି ଜଣାପଡିଛି । ସେ ବନ୍ଧୁ ଘର ସମିଆସ୍ଥିତ ବନ୍ଧୁ ଘରକ
ବଜ୍ରାଘାତରେ ଯୁବ ଚାଷୀ ମୃତ : କ୍ଷତିପୂରଣ ଦାବି କଲେ ଗ୍ରାମବାସୀ


ଧର୍ମଶାଳା, ୨ ଅଗଷ୍ଟ(ହି.ସ.) - ଯାଜପୁର ଜିଲାରେ ଅଘଟଣ । କ୍ଷେତରେ ଚାଷ କାମ କରିବା ସମୟରେ ବଜ୍ରାଘାତରେ ଚାଲି ଗଲା ଯୁବ ଚାଷୀଙ୍କ ଜୀବନ । ମୃତ ଯୁବ ଚାଷୀ ଜଣକ ହେଲେ ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିତଳ ପଂଚାୟତର କୁମର ମଲ୍ଲିକଙ୍କ ପୁଅ ଚନ୍ଦନ(୨୮)ବୋଲି ଜଣାପଡିଛି । ସେ ବନ୍ଧୁ ଘର ସମିଆସ୍ଥିତ ବନ୍ଧୁ ଘରକୁ ଯାଇଥିଲେ । ତେବେ ତାଙ୍କ ବନ୍ଧୁଙ୍କ ଚାଷ ଜମିରେ କାମ କରୁଥିବା ସମୟରେ ରବିବାର ପୂର୍ବାହ୍ନରେ ବଜ୍ରାଘାତ ହୋଇଥିଲା । ଚନ୍ଦନ ବିଲରେ ଟଳି ପଡିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି। ତୁରନ୍ତ ମୃତକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ କ୍ଷତି ପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande