
ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)- ଆସନ୍ତା ୪ ଓ ୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ
ଗଞ୍ଜାମ ଗସ୍ତ ଲାଗି ଟ୍ରାଫିକ୍ ଆଡଭାଇଜରି ଜାରି ହୋଇଛି । ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରେ
ନିର୍ଦ୍ଦିଷ୍ଟ ସମୟ ପାଇଁ କଟକଣା ଜାରି କରାଯାଇଛି । ଭାରୀ, ହାଲୁକା ଓ ଦୁଇଚକିଆ ଯାନ ଚଳାଚଳ ଉପରେ କଟକଣା ଲାଗିଛି
।
୪ ତାରିଖ ସକାଳେ ରାଷ୍ଟ୍ରପତି ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବେ । କାର୍ରେ
ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବେ । ୪ରେ ଗୋଳାବନ୍ଧ ଆର୍ମି ଏଡି କଲେଜରେ
ରାତ୍ରିଯାପନ କରିବେ । ୫ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍ରେ ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା