ସଜା ପୂରିବା ପୂର୍ବରୁ ମୁକୁଳିଲେ କଏଦୀ
ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)- ସଜା ପୂରିବା ପୂର୍ବରୁ ମୁକୁଳିଲେ କଏଦୀ । ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିବା ୩ କଏଦୀଙ୍କୁ ଭଲ କାମ ପାଇଁ ମୁକ୍ତ କରାଯାଇଛି । ରତନ ଘୋଷ ଜଟଣି ଅଞ୍ଚଳରେ ଥିବା ବେଳେ, ସୁରେନ୍ଦ୍ର ନାଥ ଭୋଲ ବାଲିପାଟଣା ଅଂଚଳର ଓ ଅନ୍ୟ ଜଣେ ବିପିନ୍ ବିହାରି
ସଜା ପୂରିବା ପୂର୍ବରୁ ମୁକୁଳିଲେ କଏଦୀ


ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)- ସଜା ପୂରିବା ପୂର୍ବରୁ ମୁକୁଳିଲେ କଏଦୀ । ହତ୍ୟା

ମାମଲାରେ ଆଜୀବନ ସଜା ଭୋଗୁଥିବା ୩ କଏଦୀଙ୍କୁ ଭଲ କାମ ପାଇଁ ମୁକ୍ତ କରାଯାଇଛି ।

ରତନ ଘୋଷ ଜଟଣି ଅଞ୍ଚଳରେ ଥିବା ବେଳେ, ସୁରେନ୍ଦ୍ର ନାଥ

ଭୋଲ ବାଲିପାଟଣା ଅଂଚଳର ଓ ଅନ୍ୟ ଜଣେ ବିପିନ୍ ବିହାରି ବରାଳ ନୂଆଗାଁ ଅଞ୍ଚଳର ହୋଇଥିବା ବେଳେ

ହତ୍ୟା ଅଭିଯୋଗରେ ଆଜୀବନ ସଜା ଭୋଗୁଥିଲେ । ତେବେ ଜେଲ ସୁଧାର ପ୍ରକ୍ରିୟାରେ ସାମିଲ ହୋଇ ନିଜକୁ

ସୁଧାରିଛନ୍ତି I ଉତ୍ତମ କାର୍ଯ୍ୟ ଭଲ

ବ୍ୟବହାର ପାଇଁ ୩ଜଣଙ୍କୁ ମୁକ୍ତ କରାଯାଇଛି I ୨୦୨୨ ର ସମୟ ପୂର୍ବରୁ ଖଲାସ ହେବାର ନିୟମ ଅନୁସାରେ ନିଷ୍ପତି ନିଆଯାଇଛି

I ୩ ଜଣ କଏଦୀ ଝାରପଡା

ଜେଲରୁ ମୁକ୍ତ ହେବେ । ସାରା ରାଜ୍ୟରୁ ୧୯ ଜଣ ମୁକ୍ତ ହେବାକୁ ହୋଇଥିବା ବେଳେ ଭୁବନେଶ୍ବର ଝାରପଡା

ଜେଲ୍ ରୁ ମୁକୁଳିଲେ ୩ ଜଣ କଏଦୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande