୨୨ରୁ ଊର୍ଦ୍ଧ୍ବ ଜିଲ୍ଲା ପ୍ରଭାବିତ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ବେଶୀ ପ୍ରଭାବିତ- ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)- ରାଜ୍ୟରେ ବନ୍ୟା ସ୍ଥିତି ଓ ପଦକ୍ଷେପ ସଂପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ୨୨ରୁ ଊର୍ଦ୍ଧ୍ବ ଜିଲ୍ଲା ପ୍ରଭାବିତ, ଏବେ ସ୍ଥିତିରେ ସୁଧାର ଆସିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍
୨୨ରୁ       ଊର୍ଦ୍ଧ୍ବ ଜିଲ୍ଲା ପ୍ରଭାବିତ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ବେଶୀ ପ୍ରଭାବିତ- ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)-

ରାଜ୍ୟରେ ବନ୍ୟା ସ୍ଥିତି ଓ ପଦକ୍ଷେପ ସଂପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା

ରଖିଛନ୍ତି । ସେ କହିଛନ୍ତି ଯେ, ୨୨ରୁ ଊର୍ଦ୍ଧ୍ବ ଜିଲ୍ଲା ପ୍ରଭାବିତ, ଏବେ ସ୍ଥିତିରେ ସୁଧାର ଆସିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ବେଶୀ ପ୍ରଭାବିତ । ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକର କିଛି ଅଞ୍ଚଳ ପ୍ରଭାବିତ ହୋଇଛି ।

ମନ୍ତ୍ରୀ

କହିଛନ୍ତି ଯେ, କ୍ଷୟକ୍ଷତି ସର୍ଭେ ପାଇଁ ଫିଲ୍ଡକୁ କୃଷି ଓ ରାଜସ୍ବ ବିଭାଗ ଗଲେଣି । ବିଭିନ୍ନ

ସ୍ଥାନରୁ ଘର ଭାଙ୍ଗିବାର ରିପୋର୍ଟ ହସ୍ତଗତ ହୋଇଛି । ପନିପରିବା କ୍ଷୟକ୍ଷତି ରିପୋର୍ଟ ଦେବାକୁ

ନିର୍ଦ୍ଦେଶ ଦିଆଯାଇଛି ।

ଏହାସହିତ

ଅଙ୍ଗନବାଡି ଓ ସ୍କୁଲ ଘର କ୍ଷତିର ରିପୋର୍ଟ ମଗାଯାଇଛି । ଘାଇର ନିର୍ମାଣ ପାଇଁ ଜଳ ସମ୍ପଦ

ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ

ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସହଯୋଗ ରାଶି

ମାଗିବା ପୂର୍ବରୁ କେନ୍ଦ୍ର ୫୦୦ କୋଟି ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande