
ଧର୍ମଶାଳା, ୦୨ ଅଗଷ୍ଟ(ହି.ସ.) – ଚଳିତ ବର୍ଷ ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା। ଫଳରେ ଅନେକ ତଳିଆ ଅଂଚଳ ପ୍ରଭାବିତ ହୋଇଥିଲା। ବିଶେଷ କରି ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତ ଖଣ୍ଡାସସ୍ଥିତ ୧୮ ନଂ. ୱାର୍ଡ଼ର ବହୁ ପରିବାର ଜଳବନ୍ଦୀରେ ରହିଥିଲେ। ବହୁ ପରିବାରଙ୍କ ଘରେ ପାଣି ଜମି ରହିଥିବାରୁ ସେମାନେ ନଦୀବନ୍ଧ ଉପରେ ଅଶ୍ରୟ ନେଇଥିଲେ। ସେପଟେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାନଯିବାରୁ ବନ୍ୟା ବିପନ୍ନମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାର ଖବର ପାଇ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବନ୍ୟା ବିପନ୍ନଙ୍କ ନିକଟରେ ପଂହଚି ସହାୟତାର ହାତ ବଢାଛନ୍ତି। ଏହି କ୍ରମରେ ମଙ୍ଗରାଜପୁର ପଂଚାୟତର ବିଜେପି ଯୁବନେତା ପ୍ରଶାନ୍ତ କୁମାର ମୁଦୁଲି ୧୮ନଂ ୱାର୍ଡ଼ରେ ପଂହଚି ବନ୍ୟା ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ। ଗଗନ ମହାନ୍ତି, ଶିଶିର ରଥ, ସଂଜୟ ଶତପଥୀ, ବିଚିତ୍ର ମଲ୍ଲିକ, ବାବୁଲି ପାଣ୍ଡେ, ଶିବପ୍ରସାଦ ପାଣ୍ଡେ, ଇନ୍ଦ୍ରମଣୀ ପଣ୍ଡା, ଉତ୍କଳ ସାହୁ, ପ୍ରଶାନ୍ତ ଶତପଥୀ, ମାନସ ଦାସ ଓ ଟୁନା ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ