
ସମ୍ବଲପୁର, ୨୭, ଅଗଷ୍ଟ (ହି.ସ.) ଜିଲ୍ଲା କଂଗ୍ରେସ ପକ୍ଷରୁ ବିବାଦୀୟ ଖଣି ଓ ଖଣିଜ ପଦାର୍ଥ ଉନ୍ନୟନ ଓ ନିୟନ୍ତ୍ରଣ ବିଲ(ଏମଏମଡ଼ିଆର)କୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଏକ ମିଳିତ ମଶାଲ ଶୋଭାଯାତ୍ରାରେ ବାହାରି ଦାବି ଉପସ୍ଥାପନା କରାଯାଇଥିଲା l ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଶତାଧିକ କଂଗ୍ରେସ କର୍ମୀଙ୍କୁ ନେଇ ଏହି ରାଲି ଗୋଲ ବଜାର ଛକ ଯାଏ ଯାଇ ପ୍ରତିବାଦ ସଭା କରାଯାଇଥିଲା l
ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ଏହି ମିଳିତ ପ୍ରତିବାଦ ସଭାରେ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତୃବୃନ୍ଦ ସାମିଲ ହୋଇ ଏମଏମଡ଼ିଆର ଆଇନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କ ସମେତ ସିପିଆଇର ଜିଲ୍ଲା ସମ୍ପାଦକ ସରୋଜିନୀ ଆଚାର୍ଯ୍ୟ, ସମାଜବାଦୀ ପାର୍ଟି ଜିଲ୍ଲା ସଭାପତି ଅନିଲ ଯାଦବ ଏବଂ ଆରଜେଡିର ରାଜ୍ୟ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ନାଗ ପ୍ରମୁଖ ବିଲ୍ ର ଦୃଢ ପ୍ରତିବାଦ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ