ଏଲ୍ଆଇସି ପେନସନର୍ସ ଆସୋସିଏସନ୍ ପକ୍ଷରୁ ତାଳ ମଞ୍ଜି ରୋପଣ
ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଅଲ୍ ଓଡିଶା ଏଲ୍ ଆଇ ସି ପେନସନର୍ସ ଆସୋସିଏସନ୍ ଭଦ୍ରକ ସେଂଟର ତରଫରୁ ଚରଂପା ପଛପାଖ ବଗମରା କେନାଲ ପାର୍ଶ୍ୱ ଓ ଚରଂପା ମାଇନର ମୁଖ୍ୟ କେନାଲ ପାର୍ଶ୍ୱରେ ତାଳମଞ୍ଜି ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଏକ ହଜାରରୁ ଉର୍ଦ୍ଧ ତାଳମଞ୍ଜି ରୋପଣ କରାଯାଇ ସାରିଲାଣି
LIC PENSIONERS ASSOCIATION


ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଅଲ୍ ଓଡିଶା ଏଲ୍ ଆଇ ସି ପେନସନର୍ସ ଆସୋସିଏସନ୍ ଭଦ୍ରକ ସେଂଟର ତରଫରୁ ଚରଂପା ପଛପାଖ ବଗମରା କେନାଲ ପାର୍ଶ୍ୱ ଓ ଚରଂପା ମାଇନର ମୁଖ୍ୟ କେନାଲ ପାର୍ଶ୍ୱରେ ତାଳମଞ୍ଜି ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଏକ ହଜାରରୁ ଉର୍ଦ୍ଧ ତାଳମଞ୍ଜି ରୋପଣ କରାଯାଇ ସାରିଲାଣି । ଆଗାମୀ ସେପ୍େଟମ୍ବର ୧୫ ପର୍ଯ୍ୟନ୍ତ ଏହି ରୋପଣ କାର୍ଯ୍ୟକ୍ରମ ଚାଲିବ । ପେନସନର୍ସ ଆସୋସିଏସନ୍ ତରଫରୁ ଗଙ୍ଗାଧର ତ୍ରିପାଠୀ, ନବକିଶୋର ବେହେରା, ପୂର୍ଣ୍ଣଚନ୍ଦ୍ର ଦାସ, ବିନୋଦ କୁମାର ପଲେଇ, ଗୟାଧର ଦାସ, କାଳନ୍ଦୀ ପାତ୍ର, ଚକ୍ରଧର ଦାସ, ପ୍ରମୁଖ ମଞ୍ଜିରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ବେଳେ ଚରଂପା ଅଂଚଳର ସମାଜସେବୀ ତଥା ଆଇନଜୀବୀ ବିଜନ ଜେନା ଓ ଆଇନଜୀବୀ ବିକାଶ ନାଥ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ନିୟମିତ ଅଂଶଗ୍ରହଣ କରୁଛନ୍ତି । ସ୍ଥାନୀୟ ଲୋକଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ମିଳୁଛି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande