
କେନ୍ଦ୍ରାପଡ଼ା, ୨୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାରେ ପ୍ରାୟ ଦୁଇମାସରୁ ଉର୍ଦ୍ଧ୍ୱ ହେବ ଲଗାଣ ବର୍ଷା, ଲଘୁଚାପ ଓ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବେଶ ଦ୍ୱାରା ଜିଲ୍ଲାର ଅଧିକାଂଶ ବ୍ଲକଗୁଡ଼ିକର ପ୍ରାୟ ୧୫ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ଥିବାବେଳେ ପ୍ରାୟ ୮ହଜାରରୁ ଉର୍ଦ୍ଧ୍ୱ ଚାଷ ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ଓ ଡେରାବିଶ ବ୍ଲକଗୁଡ଼ିକରେ ବନ୍ୟା ଜଳ ପ୍ରବେଶ ଓ ଡେରାବିଶର କେତେକ ଅଂଚଳରେ ଗୋବରୀ ନଦୀରେ ବନ୍ୟାଜଳ ଦ୍ୱାରା ଚାଷ ଜମି ନଷ୍ଟ ହୋଇଛି। ଜିଲ୍ଲାର ୯ଗୋଟି ବ୍ଲକ ମଧ୍ୟରୁ ୫ଗୋଟି ବ୍ଲକରେ ସର୍ବାଧିକ ଚାଷ ନଷ୍ଟ ହୋଇଥିବାବେଳେ ଅନ୍ୟ ଗୋଟି ବ୍ଲକରେ କାଁ ଭାଁ ଚାଷ ନଷ୍ଟ ହୋଇଥିବା ଜଣାପଡ଼ିଛି। ବନ୍ୟା ଜଳ ସମ୍ପୂର୍ଣ୍ଣ କମିବା ପରେ ଜିଲ୍ଲା ମୁଖ୍ୟ କୃଷି ବିଭାଗ ପକ୍ଷରୁ ସଠିକ୍ ଆକଳନ କରାଯାଇ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଠାରୁ ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି