ବାଇକ୍- କାର ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର
ଜୟପୁର, ୨୭ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସରିଗୁଡା ଛକ ନିକଟରେ କାର ସହ ମୋଟର ସାଇକେଲ ଧକ୍କାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧିନ ରହିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ସୁନାବେଡା ଥାନା ଅନ୍ତର୍ଗତ କଳାହାଣ୍ଡି କଲୋନୀର ମନ
ବାଇକ କାର ମୁହାଁମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର।


ଜୟପୁର, ୨୭ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସରିଗୁଡା ଛକ ନିକଟରେ କାର ସହ ମୋଟର ସାଇକେଲ ଧକ୍କାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧିନ ରହିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ସୁନାବେଡା ଥାନା ଅନ୍ତର୍ଗତ କଳାହାଣ୍ଡି କଲୋନୀର ମନୋଜ ବେସ୍ରା ଏବଂ ନିଖିଲ୍ କୁଲଦୀପ୍ ଦୁହେଁ ଏକ ମୋଟର ସାଇକେଲ ନଂ ଓଡ଼ି୧୦ଏଡି୦୧୪୦ ଯୋଗେ ପଟ୍ଟାଙ୍ଗି ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ କାର୍ ନଂ ଓଡ଼ି୧୦ଜେଡ୪୪୮୮ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟଙ୍କୁ ଉଦ୍ଧାର କରି ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ । ଅନ୍ୟପଟେ ଅନ୍ୟ ଜଣେ ଯୁବକ ନିଖିଲ୍ ଗୁରୁତର ଆହତ ହୋଇ ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡ଼ିକାଲ କଲେଜ୍ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଖବର ପାଇ ଦୁର୍ଘଟଣା ସ୍ଥଳରେ ପଟ୍ଟାଙ୍ଗି ପୋଲିସ୍ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାର ଏବଂ ମୋଟର ସାଇକେଲ ଜବତ କରି ତଦନ୍ତ ଆରମ୍ଭ କରିଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ମୃତ ମନୋଜ ଏବଂ ନିଖିଲ୍ ଦୁହେଁ ପଟ୍ଟାଙ୍ଗି ଅଭିମୁଖେ ଆସୁଥିବା ବେଳେ ମୋଟର ସାଇକେଲ ଦ୍ରୁତ ଗତିରେ ଆସି କାର୍ କୁ ଧକ୍କା ଦେଇଥିବା ଜଣା ପଡୁଥିବା ବେଳେ କାର୍ ଆଗ ଚକା ଫାଟି ବେଲୁନ ବାହାରି ଯାଇଥିବା ସହ କାର୍ ରେ ଥିବା ଏକ ପରିବାର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ବିଳମ୍ବିତ ସନ୍ଧ୍ୟା ସମୟ ହୋଇ ଯାଇଥିବାରୁ ମୃତ ମନୋଜଙ୍କ ଶବ ବ୍ୟବଚ୍ଛେଦ ଗୁରୁବାର ହେବ ବୋଲି ପୋଲିସ୍ ପ୍ରକାଶ କରିଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande