
ଜୟପୁର, ୨୭ ଅଗଷ୍ଟ (ହି.ସ.) ଫିଲ୍ପକାର୍ଡ କର୍ମଚାରୀଙ୍କୁ ଛୁରୀ ଦେଖାଇ ଟଙ୍କା ଲୁଟଲେ ଦୁବୃତ ବୈପାରୀଗୁଡା ବ୍ଲକ ସଦର ମହକୁମା ସ୍ଥିତ କୁନ୍ଦୁରା ରୋଡ଼ରେ ଥିବା ଫିଲ୍ପକାର୍ଡ ଅଫିସରେ ଗତ ରାତିରେ ଏଭଳି ଘଟଣା ଘଟିଛି । ଫିଲ୍ପକାର୍ଡ କର୍ମଚାରୀ ଗୌରୀ ଶଙ୍କରଙ୍କ ଅଭିଯୋଗ ଅନୁଯାଇ, ରାତି ପ୍ରାୟ ୩ ଟା ରୁ ଚାରିଟା ମଧ୍ୟରେ ସେ ଅଫିସ ଜିନିଷ ରିସିଭ କରିବା ପାଇଁ ଅଫିସ ପହଁଚିଥିଲେ । ସେହି ସମୟରେ ଏକାଧିକ ଦୁର୍ବୃତ ଫିଲ୍ପକାର୍ଡ ଅଫିସ ଭିତରକୁ ସିଧାସଳକ ପଶି କର୍ମଚାରୀଙ୍କୁ ଛୁରୀ ଦେଖାଇ ତାଙ୍କ ଠାରୁ ୬ ଶହ ଟଙ୍କା ଲୁଟି ନେଇଥିଲେ । ପୋଲିସ କୁ କିଛି ନ କହିବାକୁ ଧମକ ଦେଇ ଚାଲିଯାଇଥିଲେ । ଏହି ଘଟଣାର ଏକ ସିସିଟିଭି ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରଲ ହେଉଛି । ସେପଟେ ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ଜଣା ପଡିଛି । ବୈପାରୀଗୁଡା ଥାନା ଅଂଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ତେବେ ବୈପାରୀଗୁଡା ସହରର ମୁଖ୍ୟ ରାସ୍ତାରେ ଥିବା ଘର ଓ ଦୋକାନ ଗୁଡ଼ାକ ମଧ୍ୟ ଅସୁରକ୍ଷିତ ହୋଇପଡିଛି। ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟଭୀତ ଅଛନ୍ତି। ପୋଲିସ ପେଟ୍ରାଲିଙ୍ଗ ଜୋରଦାର କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି