
ଝାରସୁଗୁଡା, ୨୭ ଅଗଷ୍ଟ (ହି.ସ.) ସରସ୍ୱତୀ ଶିଶୁ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅତ୍ୟନ୍ତ ଆନନ୍ଦଉଲ୍ଲାସ ସହ ପାଳିତ ହୋଇଯାଇଛି।
ଏହି ଉତ୍ସବରେ ପରିଚାଳନା ସମିତିର ସଭାପତି ଡଃ ସରୋଜ କୁଅଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ଷାବନ୍ଧନର ମାହାତ୍ମ୍ୟ ଏବଂ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଉପରେ ସାରଗର୍ଭକ ଅଭିଭାଷଣ ରଖିଥିଲେ। ସମ୍ପାଦକ ସୁବ୍ରତ ତ୍ରିପାଠୀ, ଉପସଭାପତି କୃଷ୍ଣାଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଲଳିତ ଜସ୍ୱାଲ ଓ ଅକ୍ଷୟ ପତି ସ୍ୱଭାବ କବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ ଆଚାର୍ଯ୍ୟା ସଂଯୁକ୍ତା ମେହେର ମଙ୍ଗଳେ ଅଇଲେ ଉଷା' ସଙ୍ଗୀତ ଗାନ କରିଥିବା ବେଳେ, ସରିତା ପାଣ୍ଡା ରକ୍ଷାବନ୍ଧନର ମହତ୍ୱ ଓ ଦୀପ୍ତିମୟୀ ମହାପାତ୍ର ଗଙ୍ଗାଧର ମେହେରଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଜ୍ୟୋତି ନାଏକ ଗୁରୁମା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ମିଲାରାଣୀ ବାରିକ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ। ମମତା ରାଉଳ, ତେଜରାଜ ସାହୁ, କବିତା ପଟେଲଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
-------------
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ