
ଚମ୍ପୁଆ, ୨୭ ଅଗଷ୍ଟ(ହି.ସ.) –ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ତଥା ବକ୍ତା ଭାବେ ବୁଡ଼ାମରା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ମହାନ୍ତ ଯୋଗଦେଇ ପୁରାଣରେ ବର୍ଣ୍ଣିତ ରକ୍ଷା ବନ୍ଧନର ତାତ୍ପର୍ଯ୍ୟ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏହି ରକ୍ଷାବନ୍ଧନ ଉତ୍ସବ ଦେଶକୁ ରକ୍ଷା କରିବାର ପ୍ରେରଣା ଦିଏ ବୋଲି କହିଥିଲେ। ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଗୋମାତା ତଥା ବଳଦ ଓ ବୃକ୍ଷକୁ ପୂଜନ କରିବା ସହିତ ରାକ୍ଷୀ ବାନ୍ଧିଥିଲେ। ଏହାପରେ ନଗରର ବିଭିନ୍ନ ଗଳି, ଜେଲ୍ଖାନା, ଡାକ୍ତର ଖାନା, ବସ୍ଷ୍ଟାଣ୍ଡ ଆଦି ସ୍ଥାନରେ ଜନସାଧାରଣଙ୍କୁ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମାଆ ରାକ୍ଷୀ ବାନ୍ଧିଥିଲେ।
ଏଥିରେ ଆଚାର୍ଯ୍ୟ ଚିତରଞ୍ଜନ ମହାନ୍ତ, ସତ୍ୟଜିତ ପ୍ରଧାନ, ଉମେଶ ଚନ୍ଦ୍ର ମହାନ୍ତ, ଭାସ୍କର ଚନ୍ଦ୍ର ମହାକୁଡ଼, ବସନ୍ତ କୁମାର ମହାନ୍ତ, ଗୋପବନ୍ଧୁ ମହାନ୍ତ, ପବନ କୁମାର ସାହୁ, ବିନୋଦ କୁମାର ମହାନ୍ତ, ସରୋଜ କୁମାର ପାତ୍ର ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta