ନିଷ୍କାସିତ ହୋଇ ପାରୁନାହିଁ ବର୍ଷା ପାଣି, ତୁରନ୍ତ ଡ୍ରେନ ନିର୍ମାଣ ଦାବୀ
Demand for drain at jds colony
Demand for drain at jds colony


ଝାରସୁଗୁଡ଼ା, ୨୭ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ପୌର ପରିଷଦ ୧ ନମ୍ବର ୱାର୍ଡ ସରବାହାଲ ସ୍ଥିତ ଜେଡ଼ିଏସ ଗଳିରେ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଗଳି ସାରା ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିବାରୁ ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ ନାହିଁ ନଥିବା ହଇରାଣ ହେଉଛନ୍ତି।

ଜେଡ଼ିଏସ ଗଳିର ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ, ଗଳିର ନିଷ୍କାସିତ ବର୍ଷା ପାଣି ସରବାହାଲ ମୁଖ୍ୟ ଡ୍ରେନକୁ ଯିବା କଥା। ମାତ୍ର ନୂତନ ଭାବେ ନିର୍ମାଣ କରାଯାଇଥିବା ମୁଖ୍ୟ ଡ୍ରେନଟି ଜେଡ଼ିଏସ ଗଳିର ଡ୍ରେନ ଠାରୁ ବହୁ ଉଚ୍ଚରେ ତିଆରି ହୋଇଛି। ଫଳରେ ଗଳିର ପାଣି ଉପରକୁ ଚଢ଼ି ମୁଖ୍ୟ ଡ୍ରେନକୁ ଯାଇପାରୁ ନାହିଁ। ବର୍ତ୍ତମାନ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଛି। ପରିସ୍ଥିତି ଏପରି ହେଉଛି ଯେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ୱାଟର ମୋଟର ଲଗାଇ ରାସ୍ତାରୁ ପାଣି ନିଷ୍କାସନ କରୁଛନ୍ତି।

ଏହି ଗଳିରେ ନୂତନ ଡ୍ରେନ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ତୁରନ୍ତ ଏହି ଡ୍ରେନ କାର୍ଯ୍ୟ ଆରମ୍ଭ କରି ଜଳବନ୍ଦୀ ସମସ୍ୟାରୁ ମୁକ୍ତି ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏନେଇ ଝାରସୁଗୁଡ଼ା ପୌର ପରିଷଦର ନିର୍ବାହୀ ଅଧିକାରୀ (ଇଓ) ନିଶିକାନ୍ତ ଟେଟେଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande