ଗରିବ ଓ ମେଧାବୀ ଛାତ୍ରଙ୍କୁ ଡାକ୍ତରୀ ନାମ ଲେଖା ପାଇଁ କେସିସିଏଲ୍ର ପକ୍ଷରୁ ଆର୍ôଥକ ସହାୟତା
କେନ୍ଦ୍ରାପଡ଼ା, ୨୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା କ୍ରେଡିଟ କୋ ଅପରେଟିଭ ସୋସାଇଟି ଲିମିଟେଡ଼ ରାମନଗର ଶାଖା ପକ୍ଷରୁ ଆଜି ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗର ପଂଚାୟତର ସାହାବାଜପୁର ଗ୍ରାମ ନିବାସୀ କୈଳାସ ସାହୁଙ୍କ ସୁପୁତ୍ର ଶ୍ରୀ ସୌମ୍ୟରଞ୍ଜନ ସାହୁଙ୍କୁ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ୧୦
Kendrapara, 27 ଅଗଷ୍ଟ (ହି.ସ.) ଗରିବ ଓ ମେଧାବୀ ଛାତ୍ରଙ୍କୁ ଡାକ୍ତରୀ ନାମ ଲେଖା ପାଇଁ କେସିସିଏଲର ପକ୍ଷରୁ ଆର୍ଥିକ ସହାୟତା


କେନ୍ଦ୍ରାପଡ଼ା, ୨୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା କ୍ରେଡିଟ କୋ ଅପରେଟିଭ ସୋସାଇଟି ଲିମିଟେଡ଼ ରାମନଗର ଶାଖା ପକ୍ଷରୁ ଆଜି ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗର ପଂଚାୟତର ସାହାବାଜପୁର ଗ୍ରାମ ନିବାସୀ କୈଳାସ ସାହୁଙ୍କ ସୁପୁତ୍ର ଶ୍ରୀ ସୌମ୍ୟରଞ୍ଜନ ସାହୁଙ୍କୁ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ୧୦ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ସମିତିର ସଭାପତି ଶ୍ରୀ ପ୍ରମୋଦ ସାହୁ ତାଙ୍କ ମା ସଂଯୁକ୍ତା ସାହୁଙ୍କ ଉପସ୍ଥିତିରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଆବଶ୍ୟକ ସ୍ଥଳେ ଆହୁରି ଅଧିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ସହାୟତା ପ୍ରଦାନ ସମୟରେ ସମିତିର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତ, କୃଷକ ବିକାଶ ସମବାୟ ସମିତିର ନିର୍ଦେଶକ ଅଭୟ ସାମଲ ଏବଂ ସମିତିର ରାମନାଗର ଶାଖାର ବରିଷ୍ଠ ପରିଚାଳକ ଶାନ୍ତନୁ କୁମାର ସାହୁ, ରାମନଗର ଶାଖା ଦୈନିକ ଜମା ସଂଗ୍ରହକାରୀ ଶ୍ରୀ ଆଲୋକ ସ୍ୱାଇଁ, ସମାଜସେବୀ ବସନ୍ତ କୁମାର ସାହୁ, ଟୁଲୁ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଉଲେଖ ଯୋଗ୍ୟ ଯେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷ ବିଜ୍ଞାନ ଶ୍ରେଣୀର ପଦାର୍ଥ ବିଜ୍ଞାନ ସମ୍ମାନ ବିଭାଗରେ ପାଠ ପଢ଼ୁଥିବା ଶ୍ରୀ ସୌମ୍ୟରଞ୍ଜନ ୨୦୨୫-୨୬ ବର୍ଷର ନିଟ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୨୧୦୦୦ ରାଙ୍କରେ ୫୭୪ ନମ୍ବର ରଖି କୃତିତ୍ୱର ସହ ଉତୀର୍ଣ୍ଣ ହୋଇଛନ୍ତି। ଚଳିତ ମାସର ୨୯ ତାରିଖ ଠାରୁ ସେପ୍େଟମ୍ବର ୬ ତାରିଖ ମଧ୍ୟରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ନାମ ଲେଖାଇବା ପାଇଁ ତାଙ୍କୁ ଇଂଟିମେଶନ ମିଳିଛି। ନାମ ଲେଖା ପାଇଁ ୪୦ ହଜାର ଫିସ ଧାର୍ଯ୍ୟ ହୋଇଥିବାବେଳେ ଆଜି କେନ୍ଦ୍ରାପଡ଼ା କେଡ଼ିଟ ସୋସାଇଟିର ପ୍ରଥମ ଆର୍ôଥକ ସହାୟତା ପ୍ରଦାନ ବେଳେ ସୌମ୍ୟରଞ୍ଜନଙ୍କ ବହୁ ପ୍ରତିକ୍ଷିତ ଡାକ୍ତରୀ ପାଠ ପଢ଼ିବାର ସ୍ୱପ୍ନ ସାକାର ଦିଗରେ ସୌମ୍ୟ ଓ ତାଙ୍କ ପରିବାର ସଦସ୍ୟଙ୍କ ନିରାଶା ମଧ୍ୟରେ ଆଶା ସଂଚାର ହୋଇଛି। ସୌମ୍ୟଙ୍କ ପିତା କୈଳାସ ସାହୁ ବିଭିନ୍ନ ଜାଗାରେ ରୋଷେୟା କାର୍ଯ୍ୟ କରି ସ୍ୱଳ୍ପ ପାଉଣା ଅର୍ଜନ ମଧ୍ୟରେ ନିଜ ପରିବାରର ଗୁଜୁରାଣ ମେଂଟାଇବା ସଙ୍ଗେ ସଙ୍ଗେ ସୌମ୍ୟର ପାଠପଢ଼ା ଖର୍ଚ୍ଚ ବହନ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଏପରିକି ନିଜସ୍ୱ ଜମି ନାହିଁ କିମ୍ବା ଘର ଖଣ୍ଡିଏ ନାହିଁ। ଠାକୁରଙ୍କ ଜାଗାରେ ଖଣ୍ଡେ ଛପର ଘର ରହିଛି। ସୌମ୍ୟଙ୍କ ପରିବାର ଭୂମିହୀନ ଓ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ସରକାର ଖଣ୍ଡିଏ ଜମି ପ୍ରଦାନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇଦେବା ଜରୁରୀ ହୋଇପଡ଼ିଛି। ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି ବ୍ୟବସାୟ ଛଡ଼ା ସାମାଜିକ କାର୍ୟ୍ୟକ୍ରମରେ ପ୍ରତିଶୃତିବଦ୍ଧ। ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ବିଭିନ୍ନ ସମୟରେ ଆର୍ôଥକ ସହାୟତା ଯୋଗାଇ ଦେଇଥାଏ। ସମିତିର ଏହି କାର୍ଯ୍ୟକୁ ସର୍ବତ୍ର ପ୍ରଶଂସା କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande