
କେନ୍ଦ୍ରାପଡ଼ା, ୨୭ ଅଗଷ୍ଟ(ହି.ସ.) – ପବିତ୍ର ରକ୍ଷାବନ୍ଧନ ଅବସରରେ କେନ୍ଦ୍ରାପଡ଼ା ପୌରାଂଚଳ ଅନ୍ତର୍ଗତ ସୁନାଇଲୋସ୍ଥିତ ବ୍ରହ୍ମାକୁମାରୀ ଅନୁଷ୍ଠାନ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମାକୁମାରୀ ସ୍ନେହ ଭଉଣୀଙ୍କ ଅଧ୍ୟକ୍ଷତାରେ ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବ୍ରହ୍ମକୁମାର ଓ ବ୍ରହ୍ମାକୁମାରୀ ଭାଇ ଭଉଣୀମାନେ ଯୋଗଦେଇ ରାକ୍ଷୀ ବାନ୍ଧିଥିଲେ। ଅନୁଷ୍ଠାନ ତରଫରୁ ପ୍ରାୟ ହଜାରରୁ ଉର୍ଦ୍ଧ୍ୱ ଭାଇ ଭଉଣୀମାନଙ୍କୁ ରାକ୍ଷୀ ବନ୍ଧାଯାଇ ମିଷ୍ଠାନ ବଂଟନ କରାଯାଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ସୁଚିତ୍ରା, କାଂଚନ, ଶଚଳା, କମଳା, ସୁମିତ୍ରା ପ୍ରମୁଖ ରାକ୍ଷୀ ବାନ୍ଧିଥିଲେ। ବ୍ରହ୍ମକୁମାର ରବିନ୍ଦ୍ର, ବିଶ୍ୱରଞ୍ଜନ, ଅଭୟ, ସମୀର ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି