
ବଲାଙ୍ଗୀର, ୨୭ ଅଗଷ୍ଟ(ହି.ସ.) – ଦିନ ୨.୩୦ ମିନିଟ ସମୟରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ସାହିତ୍ୟ ଉପରେ ଆଲୋଚନା ହୋଇଥିଲା। ଏହି ସଭାରେ ଦୀପ ପ୍ରଜ୍ୱଳନ ସହ ସଭାପତିତ୍ୱ କରିଥିଲେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅରୁନ୍ଧତୀ ବଢ଼େଇ। ମୁଖ୍ୟ ଅତିଥି ଭାବରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଭବାନୀ ଶଙ୍କର ପଟେଲ, ସମ୍ମାନୀତ ଅତିଥି ଭାବରେ ଲିଲି ପଟେଲ, ଉପ ସଭାପତି ଅଘରିଆ ସମାଜ ବଲାଙ୍ଗୀର ଓ ସମ୍ପାଦିକା ତେଜସ୍ୱିନୀ ଜ୍ଞାନ ପ୍ରଭା। ମୁଖ୍ୟବକ୍ତା ଭାବରେ କବି ବଳିଷ୍ଠ ପଧାନ, ବରେଣ୍ୟ ଅତିଥି ଭାବରେ ଶ୍ରୀ ଗିରୀଜା ଶଙ୍କର ରଥ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶା, ମଂଚାସୀନ ଥିଲେ। ରାମଶଙ୍କର ଶତପଥୀ, ଦୟାନିଧି ନାଏକ, ନିକିତା ଶତପଥୀ, ଯଯାତି କେଶରୀ ପ୍ରଧାନ, ବନ୍ଦିତା ତରିଆ, ଗୀତାଞ୍ଜଳୀ ମାଝୀ, ତଥା ସ୍କୁଲର ସମସ୍ତ କର୍ମଚାରୀ ବୃନ୍ଦ। ଦୀପ ପ୍ରଜ୍ୱଳନ ମନ୍ତ୍ର ଗାନ କରିଥିଲେ ଶାଶ୍ୱତୀ ପ୍ରିୟଦର୍ଶିତା ସାହୁ, ଝସନେତ୍ରୀ ଦାସ, ସଂଗୀତ ପରିବେଷଣ କରିଥିଲେ ପ୍ରିୟାଂଶୀ ଖମାରୀ, ପୁନମ୍ ବରିହା, ସ୍କୁଲର ଛାତ୍ରୀମାନେ ଆଲୋଚନାଚକ୍ରରେ ଭାଗନେଇ ଥିଲେ ସେମାନେ ହେଲେ ଧରିତ୍ରୀ ପାତ୍ର, ସଂନ୍ଧ୍ୟାରାଣୀ ପଣ୍ଡା, ରାଜଶ୍ରୀ ବାଗ, ଶ୍ୱେତା ହାତୀ, ଖୁସବୀ ନନ୍ଦ, ମନିଶା ବାରିକ, ଲଭଲୀ ଧରୁଆ, ତନୁଶ୍ରୀ ଚନ୍ଦନ, ଲୋପାମୁଦ୍ରା ବାଗ, ଶିଲୀ ସେଠ, ରୋମା ବେହେରା, ସ୍ମୃତିଶିଖା ଜାଲ, ଶିକ୍ଷକ କୃଷ୍ଣଚନ୍ଦ୍ର ବାଗ, କବିତା ମିଶ୍ର, ଝୁନିତା ଭୋଇ, ମଂଚ ପରିଚାଳନା କରିଥିଲେ ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଲ, ଶେଷରେ ରାମ ଶଙ୍କର ଶତପଥୀ ଏକ ଭାବମୟ ଗୀତ ଗାଇଥିଲେ। ନିସ୍ୱ କରହେ ମୋତେ ବିଶ୍ୱ ବିହାରୀ। ଧନ୍ୟବାଦ ଦେଇଥିଲେ ଶିକ୍ଷକ ସତ୍ୟାନନ୍ଦ ପଧାନ ଓ ସଭାପତିଙ୍କ ଆଦେଶ କ୍ରମେ ସଭା ସାଙ୍ଗ ଘୋଷଣା କରିଥିଲେ ଶ୍ରୀ ବିଶ୍ୱାଳ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ