



ସମ୍ବଲପୁର, ୨୭, ଅଗଷ୍ଟ (ହି.ସ.) - ସମ୍ବଲପୁର ସ୍ଥିତ ଆଇଆଇଏମରେ ସେମିନାର ହଲ୍ ପରିସରରେ ଆଜି ‘ଖେଲୋ ଇଣ୍ଡିଆ ଡାଏଲଗ୍—ଖେଲ୍ କି ବାତ୍ ପିଏମ୍ କେ ସାଥ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ‘ମେରା ଯୁବା ଭାରତ’ ସମ୍ବଲପୁର ଏବଂ ଆଇଆଇଏମ୍ ସମ୍ବଲପୁରର ମିଳିତ ଆୟୋଜନରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ କ୍ରୀଡ଼ାବିତ୍, ଆଇଆଇଏମ୍ର ଛାତ୍ରଛାତ୍ରୀ ଓ ‘ମାଇ ଭାରତ’ ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବୋଧିତ କରିଥିଲେ।
କାର୍ଯ୍ୟକ୍ରମରେ ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ, ସମ୍ବଲପୁର ଏଡିଏମ୍ ଅଶୋକ କୁମାର ଭୋଇ, ଏନ୍ୱାଇଭି ଚୟନ ବୋର୍ଡ ସଦସ୍ୟ ମନୀଷ କୁମାର ଦେହୁରୀ ଏବଂ ମାଇ ଭାରତ ସମ୍ବଲପୁରର ଡିୱାଇଓ ପ୍ରସନ୍ନ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ପାୱାରଲିଫ୍ଟିଂ କ୍ରୀଡ଼ାବିତ୍ ସୋମନାଥ ପଟ୍ଟନାୟକ, ସନ୍ତରଣ କ୍ରୀଡ଼ାବିତ୍ ସୋନିଆ ପଟେଲ ଏବଂ କାୟାକିଂ ଓ କାନୋଇଂ କ୍ରୀଡ଼ାବିତ୍ ଫୁଲମତୀ ଏକ୍କା ଯୋଗ ଦେଇଥିଲେ। ‘ମାଇ ଭାରତ’ର ୟୁଥ୍ ଆଇକନ୍ ତଥା ମଡରେଟର କୁମ୍କୁମ୍ ପ୍ରିୟଦର୍ଶିନୀ ସାହୁ ଆଜିର ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ