ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ରୋଗୀଙ୍କୁ ଫଳ ବଂଟନ
ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଭଦ୍ରକ ଅହମଦୀୟା ମୁସଲିମ ଜମାତ ପକ୍ଷରୁ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୦୦ରୁ ଊର୍ଦ୍ଧ୍ୱ ରୋଗୀମାନଙ୍କୁ ଭେଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଫଳ ବଂଟନ କରାଯାଇଛି । ପ୍ରଥମ ଦିବସର କାର୍ଯ୍ୟକ୍ରମ ପୁରୁଣା ବଜାର ମଲିକ ମଇଦାନ ସ୍ଥିତ ଅହ
MAHAMAD JAYANTI FALA BANTAN


ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଭଦ୍ରକ ଅହମଦୀୟା ମୁସଲିମ ଜମାତ ପକ୍ଷରୁ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୦୦ରୁ ଊର୍ଦ୍ଧ୍ୱ ରୋଗୀମାନଙ୍କୁ ଭେଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଫଳ ବଂଟନ କରାଯାଇଛି । ପ୍ରଥମ ଦିବସର କାର୍ଯ୍ୟକ୍ରମ ପୁରୁଣା ବଜାର ମଲିକ ମଇଦାନ ସ୍ଥିତ ଅହମଦୀୟା ମୁସଲିମ ମସଜିଦ ଠାରେ ଭୋର ୩:୩୦ରୁ ସାମୂହିକ ବିଶେଷ ନମାଜ ତହଜୁଦ ପାଠ ସହ ଆରମ୍ଭ ହୋଇଥିଲା । ୪:୪୦ରେ ନମାଜ ଫଜର ଓ ପ୍ରବଚନ ହୋଇଥିଲା । ୪:୫୦ ରେ ସାମୂହିକ ପବିତ୍ର କୋରାନ ପାଠ ଆବୃତି କରାଯାଇଥିଲା । ସକାଳ ୧୦:୦୦ ଘଟିକା ସମୟରେ ଜିଲ୍ଲା ଚିକିତ୍ସାଳୟରେ ଫଳ ବଂଟନ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ସେକ ଅବ୍ଦୁଲ କାଦର ଯୋଗଦେଇଥିବା ବେଳେ ଅତିଥି ଭାବେ ଉପଜିଲ୍ଲା ସଭାପତି ସେକ ଗୁଲାମ ଅହମଦ, ଜିଲ୍ଲା ମୌଲାନା ଇନଚାର୍ଜ ମିର ଅବ୍ଦୁଲ ହଫିଜ, ଆଂଚଳିକ ସଭାପତି ସେକ ଜହୁର ଅହମଦ, ଉପସଭାପତି ସେକ ଏଜାଜ ଅହମଦ, ଯୁବ ସଂଗଠନର ସଭାପତି ସେକ ସୁଲତାନ ଅହମଦ ଏବଂ ଜଇମ ଅନସାର ସେକ ଜମାଲୁଦ୍ଦିନ ଯୋଗ ଦେଇଥିଲେ । ଆସନ୍ତା କାଲି ଆଦର୍ଶବାଦୀ ମହା ମାନବ ମହମ୍ମଦଙ୍କ ଜୀବନୀ ବିଷୟରେ ଏକ ଧର୍ମସଭା ହେବାର ସଂପ୍ରଦାୟର କମିଟି ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande