ନେପାଳର ପ୍ରଳୟଙ୍କରୀ ବନ୍ୟା ନେଇ ଦୁଃଖ ପ୍ରକାଶ କଲେ ନବୀନ
ଭୁବନେଶ୍ୱର,୨୭ ଅଗଷ୍ଟ (ହି.ସ) - ନେପାଳରେ ପ୍ରଳୟଙ୍କରୀ ବନ୍ୟାରେ ସଂଖ୍ୟାଧିକ ଲୋକଙ୍କ ମୃତ୍ୟୁ ଘଟଣାରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ନବୀନ ଲେଖିଛନ୍ତି ନେପାଳର ଭୋଟେକୋଶି ନଦୀରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟ
gujf


ଭୁବନେଶ୍ୱର,୨୭ ଅଗଷ୍ଟ (ହି.ସ) - ନେପାଳରେ ପ୍ରଳୟଙ୍କରୀ ବନ୍ୟାରେ ସଂଖ୍ୟାଧିକ ଲୋକଙ୍କ ମୃତ୍ୟୁ ଘଟଣାରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ନବୀନ ଲେଖିଛନ୍ତି ନେପାଳର ଭୋଟେକୋଶି ନଦୀରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍ଖଳନରେ ଏତେ ଲୋକଙ୍କ ମୃତ୍ୟୁ ବିଷୟରେ ଜାଣିବାକୁ ପାଇ ମୁଁ ଗଭୀର ଦୁଃଖିତ। ମୋର ଭାବନା ଏବଂ ପ୍ରାର୍ଥନା ସେହି ନିକଟତମ ଏବଂ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକ ସହିତ ଅଛି ।

ଏହି ଦୁର୍ଘଟଣା ପରେ ଏତେ ସଂଖ୍ୟକ ଭାରତୀୟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ଅଛି ଜାଣି ମୁଁ ଚିନ୍ତିତ। ଦୁର୍ଘଟଣା ଘଟିବା ପରଠାରୁ ନିଖୋଜ କିମ୍ବା ଯୋଗାଯୋଗ ବିଚ୍ଛିନ୍ନ ଥିବା ଲୋକଙ୍କ ଶୀଘ୍ର ଉଦ୍ଧାର ପାଇଁ ପ୍ରାର୍ଥନା କରୁଛି। ନିଖୋଜ ଥିବା ଲୋକଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ କର୍ତୃପକ୍ଷଙ୍କୁ ଅନୁରୋଧ କରୁଛି ଏବଂ ଏହି ଦୁଃଖଦ ସମୟରେ ପ୍ରଭୁ ପରିବାରକୁ ପର୍ଯ୍ୟାପ୍ତ ଶକ୍ତି ପ୍ରଦାନ କରିବାକୁ ପ୍ରାର୍ଥନା କରୁଛି।

.......

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande