ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ
କେନ୍ଦୁଝର, ୨୭ ଅଗଷ୍ଟ(ହି.ସ.) – କେନ୍ଦୁଝର ପୁରୁଣା ସହର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସୁଖଶାନ୍ତି ସରୋବର ପରିସରରେ ମହା ଆଡ଼ମ୍ବର ସହକାରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ବ୍ରହ୍ମାକୁମାରିଜ କେନ୍ଦୁଝରର କେନ୍ଦ୍ର ସଂଚାଳିକା ରାଜଯୋଗିନୀ ବିନ୍ଦୁଙ୍କ ସଭାପତିତ୍ୱରେ
Rakhyabandhan


କେନ୍ଦୁଝର, ୨୭ ଅଗଷ୍ଟ(ହି.ସ.) – କେନ୍ଦୁଝର ପୁରୁଣା ସହର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସୁଖଶାନ୍ତି ସରୋବର ପରିସରରେ ମହା ଆଡ଼ମ୍ବର ସହକାରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ବ୍ରହ୍ମାକୁମାରିଜ କେନ୍ଦୁଝରର କେନ୍ଦ୍ର ସଂଚାଳିକା ରାଜଯୋଗିନୀ ବିନ୍ଦୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଧରଣୀଧର ବିଶ୍ୱବିଦ୍ୟାଳୟର କୁଳସଚିବ ବ୍ରହ୍ମାକୁମାରୀ ସୁଶ୍ରୀ ପ୍ରତିଭା ପୃଷ୍ଟି, ମୁକୁନା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବ୍ରହ୍ମାକୁମାରୀ ଜୟନ୍ତୀ ଥାଟୋଇ, କେନ୍ଦ୍ର ସହସଂଚାଳିକା ବ୍ରହ୍ମାକୁମାରି ପ୍ରତିଭା, ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ଭକ୍ତବତ୍ସଳ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦୁଝର କେନ୍ଦ୍ର ମୁଖ୍ୟ ସଂଚାଳିକା ରାଜଯୋଗିନୀ ବିନ୍ଦୁ ରାକ୍ଷୀ ବନ୍ଧନର ମହତ୍ୱ ବିଷୟରେ ଆଲୋଚନା କରିଥିଲେ। ପରସ୍ପର ପ୍ରତି ଭାଇଭଉଣୀର ପବିତ୍ର ସମ୍ପର୍କକୁ ନିଜ ଚିନ୍ତନ ମଧ୍ୟରେ ରଖିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦୁଝରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ରାଜଯୋଗିନୀ ବ୍ରହ୍ମାକୁମାରୀ ବିନ୍ଦୁ ରାକ୍ଷୀ ବାନ୍ଧିବା ସହ ଆଶ୍ରମରେ ତିଆରି ମିଷ୍ଟାର୍ଣ୍ଣ ବାଂଟି ବରଦାନ କାର୍ଡ଼ ପ୍ରଦାନ କରିଥିଲେ। କେନ୍ଦୁଝର କେନ୍ଦ୍ର ସହ ସଂଚାଳିକା ବ୍ରହ୍ମାକୁମାରୀ ପ୍ରତିଭା ଜିଲ୍ଲା କାରାଗାରରେ ପହଂଚି ସମସ୍ତ କର୍ମଚାରୀ ଓ ଜେଲ ଅନ୍ତେବାସୀଙ୍କୁ ରାକ୍ଷୀ ବାନ୍ଧି ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ। ସୁଖଶାନ୍ତି ସରୋବରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦୁଝର ସେବାକେନ୍ଦ୍ର ତଥା ସଂଲଗ୍ନ ଶାଖାକେନ୍ଦ୍ରମାନଙ୍କରୁ ବ୍ରହ୍ମାକୁମାର ଭାଇ ଭଉଣୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ପ୍ରାୟ ୪୫୦ ଜଣ ଯୋଗ ଦେଇଥିଲେ। ସନ୍ଧ୍ୟା ପ୍ରାର୍ଥନା ପରେ ସମନ୍ତରାୟପୁର ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମରେ ଶ୍ରୀ ମେଟାଲିକ୍ସର ମାନବସମ୍ବଳ ମୁଖ୍ୟ ଅମ୍ବିକା ମହାପାତ୍ର ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତନ ଓ ରାଜଯୋଗ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାକ୍ଷୀ ବାନ୍ଧି ଉତ୍ସବ ପାଳନ କରିଥିଲେ। ବ୍ରହ୍ମାକୁମାରୀ ବିନ୍ଦୁଙ୍କ ତତ୍ୱାବଧାନରେ ନରଣପୁର ଉପସେବା କେନ୍ଦ୍ର ସଂଚାଳିକା ବ୍ରହ୍ମକୁମାରୀ ମିନତି, ବ୍ରହ୍ମାକୁମାରୀ ମିକୁ, ବିନତା, ସୁନିତା, ଶକୁନ୍ତଳା, ଟୁନି, ସରୋଜିନୀ, ସ୍ୱାତୀ ଓ ବ୍ରହ୍ମାକୁମାର ସତ୍ୟଭାଇ, ଅକ୍ଷୟ ଭାଇ, ଘନଶ୍ୟାମ ଭାଇ, ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା, ଲୋକନାଥ ଭାଇ, ଝରିଲାଲ ଭାଇ, ପୀତବାସ ଭାଇ, ସୁମନ୍ତ ଭାଇ, କ୍ଷୀରୋଦ ଭାଇ, ବିଜୟ ଭାଇ, କୃତିବାସ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande