ଅସୁସ୍ଥ ଷଣ୍ଢ ପାଇଁ ଗ୍ରାମବାସୀଙ୍କ ଚିକିତ୍ସା ଓ ମଶାରୀ ବ୍ୟବସ୍ଥା
କେନ୍ଦ୍ରାପଡ଼ା, ୨୭ ଅଗଷ୍ଟ(ହି.ସ.) – ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥରେ ବୁଲା ଷଣ୍ଢ ଓ ଗାଈମାନେ ପ୍ରବଳ ମାତ୍ରାରେ ବୁଲୁଥିବାବେଳେ ରାତିରେ ଗତ ସପ୍ତାହକ ତଳେ ଏକ ଦ୍ରୁତଗାମୀ ଟ୍ରକ୍ ଷଣ୍ଢକୁ ଧକ୍କାଦେବା ଫଳରେ ତାର ପଛ ଦୁଇଗୋଡ଼ ଭାଙ୍ଗିଯିବା ଫଳରେ ସେ ସମ୍ପୂର୍ଣ୍ଣ ଅସୁସ୍ଥ ହୋଇ ରାସ୍ତାରେ
ଅସୁସ୍ଥ ଷଣ୍ଢ ପାଇଁ ଗ୍ରାମବାସୀଙ୍କ ଚିକିତ୍ସା ଓ ମଶାରୀ ବ୍ୟବସ୍ଥା ।


କେନ୍ଦ୍ରାପଡ଼ା, ୨୭ ଅଗଷ୍ଟ(ହି.ସ.) – ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥରେ ବୁଲା ଷଣ୍ଢ ଓ ଗାଈମାନେ ପ୍ରବଳ ମାତ୍ରାରେ ବୁଲୁଥିବାବେଳେ ରାତିରେ ଗତ ସପ୍ତାହକ ତଳେ ଏକ ଦ୍ରୁତଗାମୀ ଟ୍ରକ୍ ଷଣ୍ଢକୁ ଧକ୍କାଦେବା ଫଳରେ ତାର ପଛ ଦୁଇଗୋଡ଼ ଭାଙ୍ଗିଯିବା ଫଳରେ ସେ ସମ୍ପୂର୍ଣ୍ଣ ଅସୁସ୍ଥ ହୋଇ ରାସ୍ତାରେ ଛଟପଟ ହେଉଥିବାବେଳେ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ କରୁଥିବା ପିଏସ୍କେ କମ୍ପାନୀ ଏହି ଅସୁସ୍ଥ ଷଣ୍ଢକୁ ସେଠାକୁ ଉଠାଇ ଆଣି ଶ୍ୟାମସୁନ୍ଦରପୁର ପୋଲ ତଳେ ଛାଡ଼ିଛି। ସ୍ଥାନୀୟ ଗ୍ରାମବାସୀ ଓ କିଛି ଯୁବକମାନେ ଏହି ଷଣ୍ଢର ଖାଇବା ପିଇବା, ସ୍ୱାସ୍ଥ୍ୟସେବା, େଔଷଧ ପତ୍ର ଦେବା ସହ ମଶା ଦାଉରୁ ରକ୍ଷା ପାଇବା ପାଇଁ ଷଣ୍ଢକୁ ଏକ ମଶାରୀ ଭିତରେ ରଖୁଛନ୍ତି। ସ୍ଥାନୀୟ ଯୁବକମାନେ ଏହି ଅସୁସ୍ଥ ଷଣ୍ଢ ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିବାରୁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande