ଝାଲପଡା ପଂଚାୟତରେ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠି ସାମଗ୍ରୀ ବଂଟନ
ଧର୍ମଶାଳା,୨୭ ଅଗଷ୍ଟ(ହି.ସ.) - ଯାଜପୁର ଜିଲାରେ ବ୍ରାହ୍ମଣୀ ନଦୀରେ ୨ୟ ଥର ପାଇଁ ବନ୍ୟା ଜଳ ଆସିଥିଲା । ଫଳରେ ଅନେକ ପରିବାର ଜଳବନ୍ଦୀ ଘେରରେ ରହିଥିଲେ । ବନ୍ୟା ଜଳ ଛାଡି ଯାଇଥିଲେ ମଧ୍ୟ ଏବେବି ଅନକ ପରିବାର ଜଳବନ୍ଦୀରେ ଜୀବନ ବିତାଉଛନ୍ତି । ବନ୍ୟା ପ୍ରଭାବିତଙ୍କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରିଲ
ଝାଲପଡା ପଂଚାୟତରେ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠି ସାମଗ୍ରୀ ବଂଟନ


ଧର୍ମଶାଳା,୨୭ ଅଗଷ୍ଟ(ହି.ସ.) - ଯାଜପୁର ଜିଲାରେ ବ୍ରାହ୍ମଣୀ ନଦୀରେ ୨ୟ ଥର ପାଇଁ ବନ୍ୟା ଜଳ ଆସିଥିଲା । ଫଳରେ ଅନେକ ପରିବାର ଜଳବନ୍ଦୀ ଘେରରେ ରହିଥିଲେ । ବନ୍ୟା ଜଳ ଛାଡି ଯାଇଥିଲେ ମଧ୍ୟ ଏବେବି ଅନକ ପରିବାର ଜଳବନ୍ଦୀରେ ଜୀବନ ବିତାଉଛନ୍ତି । ବନ୍ୟା ପ୍ରଭାବିତଙ୍କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି । ଏହି କ୍ରମରେ ଆଜି ଯାଜପୁର ବ୍ଲକ ବରୀ ନିର୍ବାଚନ ମଣ୍ଡଳୀ ଝାଲପଡା ପଂଚାୟତରେ ରିଲିଫ ସାମଗ୍ରୀ ବଂଟନ କରାଯାଇଛି । ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଝାଲପଡା ପଂଚାୟତରେ ପଂହଚି ୧୨,୧୩,୧୪,୧୫ ଓ ୧୬ ନଂ ୱାର୍ଡରେ ପ୍ରଭାବିତ ହୋଇଥିବା ବନ୍ୟା ବିପନ୍ନଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ । ଏବଂ ରିଲିଫ ପାଣ୍ଠିରୁ ଆସିଥିବା ଶୁଖିଲା ଖାଦ୍ୟ ସାମଗ୍ରୀ ବଂଟନର ତଦାରଖ କରିଥିଲେ । ସେପଟେ ବିରୋଧିଙ୍କ କଟାକ୍ଷ୍ୟକୁ କଡା ସମାଲୋଚନା କରିଥିଲେ । ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜେନ ଯାଜପୁର ଜିଲାରେ ବନ୍ୟା ଅଂଚଳକୁ ପାଦରେ ଚାଲି ବନ୍ୟା ଅଂଚଳର ସମୀକ୍ଷା କରିଥିଲେ । ଏବଂ ତୁରନ୍ତ ରିଲିଫ ସାମଗ୍ରୀ ଯୋଗାଇ ଦେଇଥିଲେ । ପୂର୍ବ ସରକାର ୨୪ ବର୍ଷରେ ବରୀ ଭଳି ବନ୍ୟା ପ୍ଲାବିତ ଅଂଚଳର ନଦୀ ବନ୍ଦଗୁଡିକୁ ଯଦି ସୁଦୃଢୀ କରଣ କରିଥିଲେ ତେବେ ଆଜି ଏଭଳି ସମସ୍ୟା ଉପୁଜି ନ ଥାଆନ୍ତା ବୋଲି ଶ୍ରୀ ମହାପାତ୍ର ତାଙ୍କ ପ୍ରତିକ୍ରୀୟାରେ କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande