ରକ୍ଷାବନ୍ଧନ ଉତ୍ସବ ପାଳିତ
ଜୟପୁର, ୨୭ ଅଗଷ୍ଟ (ହି.ସ.)- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରଠାରେ ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଅବସରପ୍ରାପ୍ତ ଅଧ୍ୟକ୍ଷ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ
ରକ୍ଷାବନ୍ଧନ ଉତ୍ସବ ପାଳିତ


ଜୟପୁର, ୨୭ ଅଗଷ୍ଟ (ହି.ସ.)- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରଠାରେ ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଅବସରପ୍ରାପ୍ତ ଅଧ୍ୟକ୍ଷ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ଯୁଗଳ କିଶୋର ମିଶ୍ର । ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରାଚୀର ପତ୍ର ଉଦ୍ଘାଟନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି, ପ୍ରଧାନାଚାର୍ଯ୍ୟ, ମାତୃଭାରତୀର କାର୍ଯ୍ୟକର୍ତ୍ତା ଏବଂ ଗୁରୁଜୀ ଗୁରୁମାଙ୍କ ଦ୍ୱାରା ଗୋପୂଜନ ଓ ବୃକ୍ଷପୂଜନ ପୂର୍ବକ ରକ୍ଷାବନ୍ଧନ କରାଯାଇଥିଲା ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା ଏବଂ ଏହାପରେ ଶିଶୁ ଭଉଣୀଙ୍କ ଦ୍ୱାରା ବ୍ୟକ୍ତିଗତ ସଂଗୀତ ପରିବେଷଣ କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ରକ୍ଷାବନ୍ଧନ ଉତ୍ସବର ମହତ୍ତ୍ୱ, ଶ୍ରୀ ବଳରାମ ପ୍ରଭୁଙ୍କ ଜନ୍ମଦିବସର ମହତ୍ତ୍ୱ, ଭାରତୀୟ ପରଂପରାରେ ଭାଇ ଭଉଣୀର ଉତ୍ତମ ସଂପର୍କ ଏବଂ ଏହାର ମହତ୍ତ୍ୱ ଭାଇର ଭଉଣୀ ପ୍ରତି ରହିଥିବା କର୍ତ୍ତବ୍ୟ, ପରିବେଶକୁ ରକ୍ଷା କରିବାର ଆବଶ୍ୟକତା, ନାରୀର ସଶକ୍ତିକରଣ ତଥା ତାର ରକ୍ଷା ଇତ୍ୟାଦି ବିଷୟ ଉପରେ ଶିଶୁମାନଙ୍କୁ ବୁଝାଇଥିଲେ । ଶିଶୁମନ୍ଦିରର ପରଂପରା ଅନୁସାରେ ଶିଶୁମାନେ ପରସ୍ପରକୁ ରାକ୍ଷୀ ବାନ୍ଧିବା ସହିତ ମିଷ୍ଟାନ୍ନ ଖୁଆଇଥିଲେ । ଶିଶୁମାନେ ଗୁରୁଜୀ ଗୁରୁମାଙ୍କ ସହିତ ବିଭିନ୍ନ ଅନୁଷ୍ଠାନ, କାର୍ଯ୍ୟାଳୟକୁ ଯାଇ ରକ୍ଷାବନ୍ଧନ କରିବାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ମାତୃଭାରତୀର ସଦସ୍ୟା ଏବଂ ସେବାବ୍ରତୀମାାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande