
ଭୁବନେଶ୍ୱର, ୨୭ ଅଗଷ୍ଟ (ହି.ସ) - ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିଭୁତି ଭୂଷଣ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ଆସନ୍ତା ୨୯ ତାରିଖ ଶନିବାର ଛାତ୍ର ସଂସଦ ନିର୍ବାଚନ, ବିବାଦୀୟ ଏମଏମଡିଆର ଆକ୍ଟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିର୍ବାଚନରେ ପ୍ରଦେଶ ଛାତ୍ର କଂଗ୍ରେସର ଯୋଗଦାନକୁ ନେଇ ଏକ ଆଲୋଚନା ହେବ ଏବଂ ପରବର୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ କାର୍ଯ୍ୟସୂଚୀର ନିଷ୍ପତି ନିଆଯିବ। ସମସ୍ତ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଏବଂ ରାଜ୍ୟ କର୍ମକର୍ତା ଏହି ବୈଠକରେ ନିଶ୍ଚିତରୂପେ ଯୋଗଦେବାକୁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା