୪ ମାମଲାରେ ଜଣେ ନାବାଳକ ସମେତ ୧୦ ଗିରଫ
ଜୟପୁର, ୨୭ ଅଗଷ୍ଟ (ହି.ସ.) - କୋରାପୁଟ ଜିଲା ଜୟପୁର ଟାଉନ ପୋଲିସ ବାଇକ ଚୋରି, ଚୋରି ଭିଳି ୪ଟି ମାମଲା ରେ ଜଣେ ନାବାଳକ ସହ ୧୦ ଅଭିଯୁକ୍ତ କୁ କାବୁ କରିଛି । ଗିରଫ ଅଭିଯୁକ୍ତ ଙ୍କ ଠାରୁ ୮ଟି ଚୋରା ବାଇକ୍‌, ଛୁରୀ, ନଗଦ ଟଙ୍କା ଓ ବାସୁମତୀ ଚାଉଳ ଜବତ କରିଛି । ବାଇକ୍ ଚୋରି ମାମଲାରେ ଟାଉନ ଥାନା ମାମଲ
୪ ମାମଲାରେ  ଜଣେ ନାବାଳକ ସମେତ ୧୦ ଗିରଫ


ଜୟପୁର, ୨୭ ଅଗଷ୍ଟ (ହି.ସ.) - କୋରାପୁଟ ଜିଲା ଜୟପୁର ଟାଉନ ପୋଲିସ ବାଇକ ଚୋରି, ଚୋରି ଭିଳି ୪ଟି ମାମଲା ରେ ଜଣେ ନାବାଳକ ସହ ୧୦ ଅଭିଯୁକ୍ତ କୁ କାବୁ କରିଛି । ଗିରଫ ଅଭିଯୁକ୍ତ ଙ୍କ ଠାରୁ ୮ଟି ଚୋରା ବାଇକ୍‌, ଛୁରୀ, ନଗଦ ଟଙ୍କା ଓ ବାସୁମତୀ ଚାଉଳ ଜବତ କରିଛି । ବାଇକ୍ ଚୋରି ମାମଲାରେ ଟାଉନ ଥାନା ମାମଲା -୩୨୬ ଆଧାରରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶୁଣ୍ଡିଗୁଡା ଦିଲ୍ଲୀପ ଖିଲ(୨୬), ହାଟପଦାର ରାଜୁ ମାଝୀ(୨୩) ଏବଂ ନୂଆଗୁଡ଼ାର ଜଗଦୀଶ ହରିଜନ(୨୮)। ସେମାନଙ୍କ ନିକଟରୁ ୮ଟି ଚୋରା ବାଇକ୍ ଜବତ ହୋଇଛି। ସେହିପରି ବାସମତୀ ଚାଉଳ ଚୋରି ମାମଲାରେ ଟାଉନ ଥାନା ପୋଲିସ -୧୧୮/୨୬ ଆଧାରରେ ଢେପାଗୁଡ଼ାର ଅଭି ରାଓ(୨୧) ଓ ଗାନ୍ଧୀଛକ କେନାଲ ରୋଡ୍ର ରାଜେଶ ପାଇକ(୨୫)ଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲା ରେ ଥିବା ନାବାଳକକୁ ଯୁଭେ ଲାଇନଜଷ୍ଟ୍ସ ଙ୍କ ନିକଟରେ ହାଜର କରାଯାଇଛି । ସେମାନଙ୍କ ନିକଟରୁ ବାସୁମତୀ ଚାଉଳ ପ୍ୟାକେଟ୍ ଜବତ କରାଯାଇଛି। ଅନ୍ୟପକ୍ଷରେ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରିବା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ଟାଉନ ଥାନା ପୋଲିସ ମାମଲା -୩୨୮/୨୬ ଆଧାରରେ ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ହାଟପଦାର ରାଖେଲ ଖୋରା(୧୯), ଢେପାଗୁଡ଼ାର ଉତମ ନାଗ(୨୧) ଓ ପି.ଆର.ପେଟାର ରିଙ୍କୁ ବାଘ (୨୦)। ସେମାନଙ୍କ ନିକଟରୁ ଗୋଟିଏ ଛୁରୀ ଓ ନଗଦ ୫୦୦ ଟଙ୍କା ଜବତ ହୋଇଛି। ଏହାବ୍ୟତୀତ ସହର ଥାନା କେଶ୍ ନଂ-୨୩୭ ଆଧାରରେ ପରଜାସାହିର ଭଗବାନ ମାଳି(୨୧)ଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଟାଉନ ଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande