କୋମନା ସରକାରୀ ବାଳିକା ବିଦ୍ୟାଳୟରେ ଆଇନ ସାକ୍ଷରତା କ୍ଲବରେ ବିଶାଖା- ବନାମ - ରାଜସ୍ଥାନ ରାଜ୍ୟ ରାୟ ସମ୍ବନ୍ଧୀୟ ସଚେତନତା ଶିବିର
ନୂଆପଡ଼ା,୨୮ ଅଗଷ୍ଟ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କୋମନା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ବିଦ୍ୟାଳୟ ଛାତ୍ର ଆଇନ ସାକ୍ଷରତା କ୍ଲବ ରେ ବିଶାଖା ଓ ଅନ୍ୟମାନେ- ବନାମ - ରାଜସ୍ଥାନ ରାଜ୍ୟ ଓ ଅନ୍ୟମାନେ ମାମଲରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କର ରାୟ ର ଓଡ଼ିଆ
Aina sachetanata sibir komna


ନୂଆପଡ଼ା,୨୮ ଅଗଷ୍ଟ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କୋମନା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ବିଦ୍ୟାଳୟ ଛାତ୍ର ଆଇନ ସାକ୍ଷରତା କ୍ଲବ ରେ ବିଶାଖା ଓ ଅନ୍ୟମାନେ- ବନାମ - ରାଜସ୍ଥାନ ରାଜ୍ୟ ଓ ଅନ୍ୟମାନେ ମାମଲରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କର ରାୟ ର ଓଡ଼ିଆ ଅନୁବାଦ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭୁଦତ୍ତ ପୁରୋହିତ, ବିଦ୍ୟାଳୟର ଶିକ୍ଷକଗଣ, ଛାତ୍ରୀ ଏବଂ ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ବିଶାଖା ଓ ଅନ୍ୟମାନେ- ବନାମ - ରାଜସ୍ଥାନ ରାଜ୍ୟ ଓ ଅନ୍ୟମାନେ ରାୟ ର ଓଡ଼ିଆ ଅନୁବାଦ ଉପସ୍ଥିତ ଛାତ୍ରୀମାନଙ୍କୁ ଙ୍କୁ ବୁଝାଇଥିଲେ । ସେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସହ ଘଟୁଥିବା ଯୌନ ଉତ୍ପୀଡ଼ନ ଓ ଏହାର ନିରାକରଣ ଏବଂ ମହିଳାଙ୍କ ଅଧିକାର ଇତ୍ୟାଦି ବିଷୟରେ ଆଲୋଚନା କରିବା ସହ ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଉଥିବା ମାଗଣା ଆଇନ ସେବା ବିଷୟରେ ଆଲୋକପାତ କରିଥିଲେ। ସେ ମଧ୍ୟ ମାଗଣା ଆଇନ ସେବା ଓ ସହାୟତା ଯୋଗାଇବାରେ ରେ ଛାତ୍ର ଆଇନ ସାକ୍ଷରତା କ୍ଲବ ଗୁଡ଼ିକର ଭୂମିକା ଓ କାର୍ଯ୍ୟଶୈଳୀ ବିଷୟରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହା ପରେ ଜିଲ୍ଲା ର ଯୌନ ନିର୍ଯ୍ୟାତନା ପାଇଁ ସଙ୍ଗଠିତ ହୋଇଥିବା ସ୍ଥାନୀୟ ଅଭିଯୋଗ କମିଟି ର ପୂର୍ବତନ ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜସେବୀ ସୋନାଲି ପାଣିଗ୍ରାହୀ ସଭା ରେ ଯୌନ ନିର୍ଯ୍ୟାତନା ର ବିଭିନ୍ନ ପ୍ରକାର ଓ ଏହାର ନିରାକରଣ ପାଇଁ ଜିଲ୍ଲା ରେ ନିଆ ଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande