

ଖୋର୍ଦ୍ଧା,, 28 ଅଗଷ୍ଟ (ହି.ସ.)
ଯୋଜନା 'ସୁଭଦ୍ରା' ପରିବାର ଓ ସମାଜକୁ ଠିକଣା ରାସ୍ତାରେ ଚାଲିବାକୁ ପଥ ଦେଖାଇ ଥାଏ l ଓଡ଼ିଶାର ମା ', ଭଉଣି ମାନଙ୍କୁ ଶସକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଅଟେ l ମୁକ୍ତିମନ୍ତ ରୂପ ଓ ସକ୍ଷମ ହୋଇ ନିଷ୍ଠାର ସହ ମହିଳାମାନେ ସୁଭଦ୍ରା ସହାୟତାରେ ନିଜେ ଉଦଯୋଗି ହୋଇ ଅନ୍ୟ ପାଇଁ ପଥ ଉନ୍ମୁକ୍ତ କରି ପ୍ରେରଣା ଦେଲେ ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟରେ ଆମେ ଅତି ଶୀଘ୍ର ପହଞ୍ଚି ପାରିବା ବୋଲି ଆଜି ଖୋର୍ଦ୍ଧା ପୌର ପରିଷଦ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗ ଦେଇ ଉପ ରୋକ୍ତ ବିଷୟ ପ୍ରକାଶ କରିଛନ୍ତି l ଆହୁରି ମନ୍ତ୍ରୀ କହିଥିଲେ ମୁଁ ଆର୍ଥିକ ସଶକ୍ତ ହେଲେ ସମାଜ ସଶକ୍ତ କହିବ, ସଫଳ ମଣିଷ, ସଫଳ ବ୍ୟବସାୟୀ ହେଲେ ମୋତେ ଗାଁ, ସମାଜ ଓ ସହରରେ ସୁନାମ ମିଳିବ ,ଏହି ଚିନ୍ତାଧାରା ନେଇ ମା ' ଭଉଣି ମାନେ ଆଗକୁ ବଢ଼ିଲେ ସୁନାର ପରିବାର, ସମାଜ ଓ ଓଡ଼ିଶା ହସି ଉଠିବ l ସୁଭଦ୍ରା ଆତ୍ମ ନିର୍ଭର କେନ୍ଦ୍ର ଓ , ଦରଜୀ ସିଲାଇ କେନ୍ଦ୍ର, ମିଶନ କାଫେ ଦ୍ଵାରା ଖୋର୍ଦ୍ଧାର ସୁଭଦ୍ରା ଭଉଣି ମାନେ ସମଗ୍ର ଓଡ଼ିଶାକୁ ରାସ୍ତା ଦେଖାଇବେ l ଆଜିର ଏହି ସୁଭଦ୍ରା ପଞ୍ଚମ କିସ୍ତି ପ୍ରଦାନରେ ଜିଲ୍ଲାର ୪,୫୯,୫୦୧ ଜଣ ହିତାଧିକାରୀ ମା,ଭଉଣୀ ମାନେ ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ l ସଭାପତି ଭାଷଣରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ କହିଲେ ଭୁବନେଶ୍ୱର ମହାନଗର ନିଗମ ଓ ୧୦ ଟି ବ୍ଲକ୍ ଓ ସମସ୍ତ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ରେ ପୂର୍ବରୁ ଗୋଷ୍ଠିଗତ ଋଣ ଆଣୁଥିଲେ l ଏବେ ସୁଭଦ୍ରା ମହିଳା ଓ ମାତୃ ଶକ୍ତିକୁ ସମ୍ମାନ ଦେଇ ଲକ୍ଷ ପତି ଦିଦି ସୃଷ୍ଟି କରିବାରେ ସାହାଯ୍ୟ କରୁଛି l ମମତା ଯୋଜନା, ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଯୋଜନା ରେ ମହିଳାଙ୍କୁ ସମ୍ମାନ ପ୍ରଦାନ କରି ସଶକ୍ତ କରାଯାଉଛି l ମହିଳା ମାନେ ସୁଭଦ୍ରା ସହାୟତାକୁ ଉପଯୁକ୍ତ ବିନିଯୋଗ କରି ଲକ୍ଷ ପତି ଦିଦି ରୁ କରୋଡ ପତି ଦିଦି ହୁଅନ୍ତୁ ବୋଲି ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ l ସଫଳ ସୁଭଦ୍ରା ଭଉଣି କଲ୍ପନା ବଳିୟାର ସିଂହ, , କବିତା ମାଥି, ରଶ୍ମିତା ସାହୁ, ଗୀତାଞ୍ଜଳି ରଣ ସିଂହ, ସନ୍ୟାସୀ ରାଣୀ ଦାସ ଏବଂ ହସନ୍ନା ବେଗମ୍ ସିଲାଇ ମେସିନ କାମ, ବଢ଼ି ତିଆରି, ଲେଡିସ କର୍ଣ୍ଣର ଆଦି ଛୋଟ ଉଦ୍ୟୋଗ ଉପରେ ନିଜର ସଫଳ କାହାଣୀ ବଖାଣି ଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଗୋପୀନାଥ ମହାରଣା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ ଯୋଗ ଦେଇଥିଲେ l ଶେଷରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଧନ୍ୟବାଦ ପ୍ରଦାନ କରିଥିଲେ l ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ମଞ୍ଚ ପରିଚାଳନା କରିଥିଲେ l ଉପସ୍ଥାପିକା ଭାବେ ରେବତୀ ପଣ୍ଡା କାର୍ଯ୍ୟ ସମ୍ପାଦାନ କରିଥିଲେ l ପ୍ରାରମ୍ଭରେ ମୁଖ୍ୟ ଅତିଥି, ଜିଲ୍ଲାପାଳ ଏବଂ ସମ୍ମାନିତ ଅତିଥି ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଗ୍ରହରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଓ ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ମୁଖ୍ୟ ଅତିଥି ଏବଂ ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଜିଲ୍ଲାର ଓ ସହରର ବୁଦ୍ଧିଜୀବୀ ନିକୁଞ୍ଜ ପଟ୍ଟନାୟକ ଙ୍କ ସମେତ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତିମାନେ, ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର, ସି ଡି ପି ଓ ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଡି ବି ଟି ଏଲ ସୁଭଦ୍ରା କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ଲାଠି ପଡ଼ିଆରୁ ସିଧା ପ୍ରସାରଣ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ