ଜୁଏଲଙ୍କ ମନ୍ତବ୍ୟ ବିଜେପିର ଗୋଷ୍ଠି କନ୍ଦଳ ଉଗ୍ର ରୂପକୁ ପ୍ରଦର୍ଶିତ କରୁଛି : ବିଜେଡି
ଭୁବନେଶ୍ୱର, ୨୮ ଅଗଷ୍ଟ (ହି.ସ.) - କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଏକ ଭିଡିଓ ବାଇଟ ଆଜି ଭାଇରଲ ହେବା ନେଇ ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ। ବିଜୁ ଜନତା ଦଳ ତରଫରୁ ଜାରି କରା ଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି
ଜୁଏଲଙ୍କ ମନ୍ତବ୍ୟ ବିଜେପିର ଗୋଷ୍ଠି କନ୍ଦଳ ଉଗ୍ର ରୂପକୁ ପ୍ରଦର୍ଶିତ କରୁଛି : ବିଜେଡି


ଭୁବନେଶ୍ୱର, ୨୮ ଅଗଷ୍ଟ (ହି.ସ.) - କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଏକ ଭିଡିଓ ବାଇଟ ଆଜି ଭାଇରଲ ହେବା ନେଇ ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ।

ବିଜୁ ଜନତା ଦଳ ତରଫରୁ ଜାରି କରା ଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଓରାମଙ୍କ ଭାଷାରୁ ସ୍ପଷ୍ଟ ହେଉଛି ଯେ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ରଚା ଯାଇଛି, ଯାହାକୁ ନେଇ ସେ ବିବ୍ରତ ଅଛନ୍ତି। ଏହା ସ୍ପଷ୍ଟ କରୁଛି ଯେ, ବିଜେପିରେ ଅନ୍ତଃ କନ୍ଦଳ ଚରମ ସ୍ତରରେ ପହଁଚିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଜଣେ କେନ୍ଦ୍ର ମନ୍ତ୍ରୀ ଯଦି ବିବ୍ରତ ହୋଇ ପଡ଼ୁଛନ୍ତି ଓ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ତାହେଲେ ରାଜ୍ୟର ସାଧାରଣ ନାଗରିକ ନିଜକୁ ସୁରକ୍ଷିତ କିପରି ମଣିବେ? ମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଡ଼ ମହାନ୍ତି କହିଛନ୍ତି, ମନ୍ତ୍ରୀ ଓରାମ ତାଙ୍କ ବକ୍ତବ୍ୟରେ କହିଛନ୍ତି, ଯିଏ ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି, ସେ ତାଙ୍କ ହାତକୁ ଓପାଡି ଫୋଫାଡ଼ି ଦେବେ। ମନ୍ତ୍ରୀଙ୍କ ଭାଷାରୁ ତାଙ୍କର କ୍ରୋଧ ସ୍ପଷ୍ଟ ବାରି ହେଉଛି। ମନ୍ତ୍ରୀ ନିଜେ ଆଇନକୁ ହାତକୁ ନେବେ ବୋଲି ସ୍ପଷ୍ଟ ଘୋଷଣା କରୁଛନ୍ତି, ତାହା କେତେଦୂର ଯୁକ୍ତି ଯୁକ୍ତ?

ଡ଼ ମହାନ୍ତି ଆହୁରି କହିଛନ୍ତି, ରାଉରକେଲା ସର୍କିଟ ହାଉସରୁ ଅସ୍ତ୍ର ଶସ୍ତ୍ର ଜବତ ଘଟଣାରେ ମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେପି ଯୁବମୋର୍ଚାର ସମ୍ପାଦକ ପ୍ରକାଶ ପାଶ୍ୱାନଙ୍କ ସମ୍ପୃକ୍ତି ଅଭିଯୋଗ ଓ ପରେ ତାଙ୍କର ଗିରଫ, ବିଜେପିରେ ଥିବା ଅନ୍ତଃ କନ୍ଦଳକୁ ପଦାରେ ପକାଇଛି। ବିଜେପି ଯୁବ ନେତା ପାଶ୍ୱାନ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ଅଭିଯୋଗ ହେଉଛି। ଏହି ଘଟଣାରେ ମନ୍ତ୍ରୀ ଓରାମ ଯୁବ ନେତା ପାଶ୍ୱାନଙ୍କୁ ସୁରକ୍ଷା ଦେଉଥିଲେ ବୋଲି ବିଜେପିର ଗୋଟିଏ ଗୋଷ୍ଠି ଅଭିଯୋଗ କରି ଆସୁଥିଲେ। ତେବେ ମନ୍ତ୍ରୀ ଓରାମଙ୍କ ଆଜିର ମନ୍ତବ୍ୟ ବିଜେପି ଦଳରେ ଗୋଷ୍ଠି କନ୍ଦଳର ଉଗ୍ର ରୁପକୁ ପ୍ରଦର୍ଶିତ କରୁଛି।

...............

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande