ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଓ ଆଇନ ସଚେତନତା ଶିବିର ଅନୁଷ୍ଠିତ
ନୂଆପଡ଼ା,୨୮ ଅଗଷ୍ଟ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓକିଲ ସଂଘ ସଭାଗୃହ ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର କୃତ୍ରିମ ବୁଦ୍ଧିମତ୍ତା ଇଣ୍ଟେଲିଜେନ୍ସ ଏବଂ ସୁପ୍ରିମ କୋର୍ଟଙ୍କ ସୁଭାସ ସଫ୍ଟୱାୟାର ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ ତଥା ଓଡିଶ
Blood donation camp nuapada


ନୂଆପଡ଼ା,୨୮ ଅଗଷ୍ଟ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓକିଲ ସଂଘ ସଭାଗୃହ ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର କୃତ୍ରିମ ବୁଦ୍ଧିମତ୍ତା ଇଣ୍ଟେଲିଜେନ୍ସ ଏବଂ ସୁପ୍ରିମ କୋର୍ଟଙ୍କ ସୁଭାସ ସଫ୍ଟୱାୟାର ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ ତଥା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଭାସୀ ଆଇନ, ୨୦୨୫, ଦେୱାନୀ ପ୍ରଣାଳୀରେ ବିକଳ୍ପ ବିବାଦ ସମାଧାନ ଆଇନ, ୨୦୦୭ ଏବଂ ଦେୱାନି ପ୍ରଣାଳୀରେ ମଧ୍ୟସ୍ଥତା ଆଇନ, ୨୦୦୭ ଏବଂ ଗର୍ଭ ଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ କୌଶଳ ଆଇନ, ୧୯୯୪ ସମ୍ବନ୍ଧରେ ସଚେତନତା ଶିବିର ଏବଂ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାସା ଦୁର୍ଗା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବରିଷ୍ଠ ଦେୱାନୀ ବିଚାରପତି (ମହିଳା କୋର୍ଟ) ସରୋଜିନୀ ସାହୁ, ଏସ.ଡି.ଜେ.ଏମ୍ ସ୍ନାତକି ଦାଶ, ବିଚାର ବିଭାଗୀୟ ଦଣ୍ଡାଧିକାରୀ କାହ୍ନୁ କିସ୍କୁ, ମହାମାୟା ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ. ଅନିଲ କୁମାର ତାଣ୍ଡି, ୨୧୬ ସିଆରପିଏଫ୍ ବାଟାଲିୟନର

କମାଣ୍ଡାଣ୍ଟ କୁଲଦୀପ ଜୈନ, ୧୯ ସିଆରପିଏଫ୍ ବାଟାଲିୟନର ଉପ କମାଣ୍ଡାଣ୍ଟ ଅନିଲ ପ୍ରସାଦ ୟେଡଲା, ବରିଷ୍ଠ ଓକିଲ ପ୍ରସନ୍ନ ପାଢି, ସେଟରାମ ଦେୱାଙ୍ଗନ, ତ୍ରିଲୋକ ଚନ୍ଦ ସୋନୀ, ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଓ ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରି ଉପୋରକ୍ତ ବିଷୟ ଗୁଡିକରେ ବିସ୍ତୃତ ଚର୍ଚ୍ଚା କରିଥିଲେ । ବରିଷ୍ଠ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ବିଦ୍ୟାଧର ନାଗ ଓ ସ୍ୱାସ୍ଥ୍ୟ ବିଭାଗ ର ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ ଲିଙ୍ଗ ନିରୂପଣ ଆଇନ ବିଷୟରେ ପିଲାମାନଙ୍କୁ ସଚେତନ କରିଥିଲେ । ଏହି ଅବସର ରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ୩୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ବ୍ରହ୍ମା କୁମାରୀ ଅନୁଷ୍ଠାନ ର ଭଉଣୀ ଅଞ୍ଜଳି, ଭଉଣୀ ଅନିତା, ଅଶୋକ ନାୟକ ଓ ବିଶିଷ୍ଟ ରକ୍ତଦାତା କିଶୋର କୁମାର ପରିଡ଼ା, ସମାଜସେବୀ ରଚନା ଜୈନ ପ୍ରମୁଖ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ପ୍ରେରିତ ଓ ଉତ୍ସାହିତ କରିଥିଲେ । ସଭା ପରିଶେଷରେ ନୂଆପଡ଼ା ବ୍ରହ୍ମା କୁମାରୀ ଅନୁଷ୍ଠାନ ର କର୍ମକର୍ତ୍ତାମାନଙ୍କ ଦ୍ଵାରା ନିଶା ମୁକ୍ତ ଭାରତ ର ଶପଥପାଠ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande