
ଭୁବନ, ୨୮ ଅଗଷ୍ଟ(ହି.ସ.) – ଢ଼େଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ(ଖେଳ ଭବନ) ଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଭୁବନ ଗୋଷ୍ଠୀ ଶିକ୍ଷାଧିକାରୀ ଆକାଂକ୍ଷିତ। ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହକି ବୀର ଧ୍ୟାନ ଚାନ୍ଦଙ୍କ ଜନ୍ମ ଜୟନ୍ତୀକୁ ଦେଶ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରିଆସୁଛି।
ଏହି ଅବସରରେ ଅଗଷ୍ଟ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ କ୍ରୀଡ଼ା ଦିବସ ପାଳନ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। କ୍ରୀଡ଼ାର ଉନ୍ନତି ଏବଂ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହାକୁ ପାଳନ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ପ୍ରଶିକ୍ଷକ ବିଶ୍ୱଜିତ ସାହୁ ଓ ହଳଧର ବେହେରାଙ୍କ ସମେତ ବହୁ କ୍ରୀଡ଼ା ପ୍ରଶିକ୍ଷାର୍ଥୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ