
କନ୍ଧମାଳ , ୨୮ ଅଗଷ୍ଟ (ହି.ସ.) ପୁରୀ ଜିଲ୍ଲା କାକଟପୁର ଠାରେ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘ ଦ୍ୱାରା ଆୟୋଜିତ ସଭାରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ, କେ ୟୁ ଡବ୍ଲୁ ଜେ ରାଜ୍ୟ ସମ୍ପାଦକ ତଥା ପ୍ରେସ କ୍ଲବ ସଭାପତି ରୋଟାରୀ ଆନ୍ ସୁନୀଲ ପଟ୍ଟନାୟକ ଙ୍କୁ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ପ ଗୁଛ, ଉପଢ଼ୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଫୁଲବାଣୀ ରୁ ଯୋଗ ଦେଇ ଥିବା ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ଜୟ ସେନ ପରିଡ଼ା, ଶିବ ବିଶ୍ୱାଳ ଙ୍କୁ ମଧ୍ୟ ଏହି ଅବସରରେ ବିଧାୟକ ପଟନାୟକ ଙ୍କ ସମେତ ଅସ୍ତରଙ୍ଗ ବ୍ଲକ୍ ଅଧ୍ୟକ୍ଷକ୍ଷ ଆରତୀ ନାୟକ ଓ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘ ସଂପାଦକ ରାଜ କିଶୋର ସ୍ୱାଇଁ, ଉପସଭାପତି ଦୁଶାସନ ନାୟକ ପୂରୀ ଜିଲ୍ଲା ସଂଘ ସଭାପତି ଅକ୍ଷୟ ନାୟକ ଓ ସଂପାଦକ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ । ବୈଠକ ରେ ରାଜ୍ୟର କାର୍ଯ୍ୟ ରତ ସାମ୍ବାଦିକଙ୍କ ବୀମା ବ୍ୟବସ୍ଥା, ସୁରକ୍ଷା ଓ ପେନସନ ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା ।
------------------
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ