
କେନ୍ଦୁଝର, ୨୮ ଅଗଷ୍ଟ(ହି.ସ.) – ବିଶ୍ୱ ବିଖ୍ୟାତ କିଟ କିସ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଆଦିବାସୀ ଛାତ୍ର ଛାତ୍ରୀଙ୍କ ପ୍ରେରଣାଦାତା, ଶିକ୍ଷାବିତ ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଗତ ବର୍ଷ ଠାରୁ ମହାପ୍ରଭୁ ବଳଦେବଜୀଉଙ୍କ ଜନ୍ମଦିନ ତଥା ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଉତ୍ସବ ଦିନ ସାରା ଓଡ଼ିଶାରେ ପାଟ ରାକ୍ଷୀ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଆଜି କିସ କିଟ ଓ କିମ୍ସ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଭୁବନେଶ୍ୱର ଜଗନ୍ନାଥ ମନ୍ଦିର ପକ୍ଷରୁ କିସ୍ର ଶିକ୍ଷୟତ୍ରୀ ମୀରା ମିଶ୍ର, କେନ୍ଦୁଝର କିସ୍ର ସଂଯୋଜକ ଜଗବନ୍ଧୁ ଦାସ, କେନ୍ଦୁଝର କିସ୍ ଅଭିଭାବକ ସଂଘର ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ନାଏକ, କଳିଙ୍ଗ ଟିଭିର ସାମ୍ବାଦିକ ରଞ୍ଜନ ତ୍ରିପାଠୀ ପ୍ରମୁଖଙ୍କ ଉପସ୍ଥିତରେ କେନ୍ଦୁଝର ମହାପ୍ରଭୁ ଜଗନ୍ନାଥ, ବଳଦେବଜୀଉ ଓ ଦେବୀ ସୁଭଦ୍ରାଙ୍କ ଓ ସୁଦର୍ଶନଙ୍କ ପାଇଁ ପାଟବସ୍ତ୍ର ଓ ପାଟ ରାକ୍ଷୀ ପ୍ରଦାନ କରାଯାଇଛି!
କେନ୍ଦୁଝର ସହରର ପୁରୁଣା ବଜାର ଠାରେ ଥିବା ଓଡ଼ିଶାରର ଦ୍ୱିତୀୟ ବୃହତମ ବିଷ୍ଣୁ ମନ୍ଦିର ତଥା କେନ୍ଦୁଝରର ରାଷ୍ଟ୍ର ଦେବତା ଶ୍ରୀ ଶ୍ରୀ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ କିଟ କିସ ଅନୁଷ୍ଠାନ ପକ୍ଷରୁ ପବିତ୍ର ରକ୍ଷା ବନ୍ଧନ ଉତ୍ସବରେ ପାଟ ରାକ୍ଷୀ ସେବା ଅନୁଷ୍ଠିତ ହୋଇଥିଲା, ପବିତ୍ର ରକ୍ଷା ବନ୍ଧନରେ ଭାଇ ଭଉଣୀର ପବିତ୍ର ବନ୍ଧନକୁ ଚିର ସ୍ମରଣୀୟ କରିବା ପାଇଁ କିଟ୍ କିସ୍ ଅନୁଷ୍ଠାନ ପକ୍ଷରୁ ଗତବର୍ଷ ଠାରୁ ଏହି ଅଭିନବ ପ୍ରୟାସ ଆରମ୍ଭ ହୋଇଛି, କିଟ୍ ଓ କିସ୍ର ଛାତ୍ର ଛାତ୍ରୀମାନେ ମହାପ୍ରଭୁଙ୍କ ପାଇଁ ହାତରେ ରାକ୍ଷୀ ତିଆରି କରିଥିବା ମହାପ୍ରଭୁଙ୍କୁ ପ୍ରଦାନ କରାଯାଇଛି। ପ୍ରଥମେ ମନ୍ଦିର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିବା ପରେ ଏକ ଥାଳିରେ ମହାପ୍ରଭୁ ବଳଦେବଜୀଉ, ମହାପ୍ରଭୁ ଜଗନ୍ନାଥ ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ଓ ସୁଦର୍ଶନଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ପାଟ ବସ୍ତ୍ର, ପାଟ ରାକ୍ଷୀ ନେଇ ସଂକୀର୍ତନ କରି ଭକ୍ତମାନେ ଠାକୁରଙ୍କୁ ସ୍ମରଣ କରି ନାଚି ନାଚି ଯାଇ ମନ୍ଦିରରେ ପହଂଚି ମନ୍ଦିରର ପୂଜକଙ୍କୁ ପ୍ରଦାନ କରିବା ପରେ ସେଠାରେ ପୂଜା ଅନୁଷ୍ଠିତ ହୋଇଥିଲା, କିଟ୍ ଓ କିସ୍ ଅନୁଷ୍ଠାନର ମଙ୍ଗଳ କାମନା କରିବା ସହିତ କିଟ୍ କିସ୍ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କୁ ଦୀର୍ଘାୟୁ କାମାନା କରିଥିଲେ, ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର କିସ ଅଭିଭାବକ ସଂଘର ପ୍ରଶାନ୍ତ ନାଏକ, ରଞ୍ଜିତ ନାଏକ, ନରେନ୍ଦ୍ର ନାଏକ, ଗୁରୁଚରଣ ନାଏକ, ଶ୍ରୀକାନ୍ତ ନାଏକ, ନିତ୍ୟାନନ୍ଦ ନାଏକ, ଦୁର୍ଗା ଚନ୍ଦ୍ର ପିଙ୍ଗୁଆ, ବାସୁଦେବ ସିଂ, ଅଜିତ ଖଟୁଆ, ଅଶାଢ଼ୀ ନାଏକ, ନାରାୟଣ ନାଏକ, ରମାକାନ୍ତ ଜୁଆଙ୍ଗ, ପ୍ରଫୁଲ୍ଲ ଜେନା, ସୁରଭି ମହାପାତ୍ର, ସୁଲେଖା ନାଏକ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA