ସାମାନ୍ୟ ବର୍ଷା ହେଲେ ଜଳମଗ୍ନ ହୋଇପଡୁଛି ଏମଭି-୫୮ ଗ୍ରାମ
ମାଲକାନଗିରି,୨୮ ଅଗଷ୍ଟ (ହି.ସ.) ସାମାନ୍ୟ ବର୍ଷା ହେଲେ ପଡିଆ ବ୍ଲକର ଏମ୍ଭି-୫୮ ଗ୍ରାମର ଜନବସତି ଜଳମଗ୍ନ ହୋଇପଡୁଛି। କାଲିମେଳା-ପଡିଆ ମୁଖ୍ୟ ରାସ୍ତା କଡରେ ବର୍ଷାଜଳ ନିଷ୍କାସନର ସୁବ୍ୟବସ୍ଥା ନଥିବାରୁ ରାସ୍ତା ପାର୍ଶ୍ବରେ ପାଣି ଜମି ରହିବା ସହ ଲୋକଙ୍କ ଘର ଭିତରକୁ ପଶୁଥିବା ଅଭିଯୋଗ ହୋଇଛି| ଅଳ୍ପ ବର
ସାମାନ୍ୟ ବର୍ଷା ହେଲେ ଜଳମଗ୍ନ ହୋଇପଡୁଛି ଏମଭି-୫୮ ଗ୍ରାମ


ମାଲକାନଗିରି,୨୮ ଅଗଷ୍ଟ (ହି.ସ.) ସାମାନ୍ୟ ବର୍ଷା ହେଲେ ପଡିଆ ବ୍ଲକର ଏମ୍ଭି-୫୮ ଗ୍ରାମର ଜନବସତି ଜଳମଗ୍ନ ହୋଇପଡୁଛି। କାଲିମେଳା-ପଡିଆ ମୁଖ୍ୟ ରାସ୍ତା କଡରେ ବର୍ଷାଜଳ ନିଷ୍କାସନର ସୁବ୍ୟବସ୍ଥା ନଥିବାରୁ ରାସ୍ତା ପାର୍ଶ୍ବରେ ପାଣି ଜମି ରହିବା ସହ ଲୋକଙ୍କ ଘର ଭିତରକୁ ପଶୁଥିବା ଅଭିଯୋଗ ହୋଇଛି| ଅଳ୍ପ ବର୍ଷା ହେବା ମାତ୍ରେ ବିରେନ ବିଶ୍ବାସ, ଯାଦବ ରାୟ, ବୁଲୁ ଦେ ଓ ବଜରଙ୍ଗ ମୁଖାର୍ଜୀଙ୍କ ସମେତ ଅନ୍ୟ କିଛି ଲୋକ ଙ୍କ ଘର ଚାରିପଟେ ପାଣି ଜମି ଯାଉଛି। ଫଳରେ ପରିବାର ଲୋକଙ୍କୁ ଘରୁ ବାହାରିବା ଓ କାମ କରିବାରେ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି। ବହୁ ସମୟ ଧରି ଜଳ ଜମି ରହିବା ଯୋଗୁଁ ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏଥିସହ ମଶା ଓ ବିଭିନ୍ନ କୀଟପତଙ୍ଗଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତା ବଢିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା କଡ଼ରେ ଆବଶ୍ୟକ ଡ୍ରେନ୍ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ବର୍ଷା ଋତୁରେ ଏଭଳି ସମସ୍ୟା ଦେଖାଦେଉଛି! ତୁରନ୍ତ ପ୍ରଶାସନିକ ଅଧିକାରୀ ଏହି ଅଞ୍ଚଳ ପରିଦର୍ଶନ କରି ରାସ୍ତା କଡ଼ରେ ଡ୍ରେନ୍ ନିର୍ମାଣ ସହ ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥିତ ବ୍ୟବସ୍ଥା କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande