ପଡିଆ ବ୍ଲକରେ ଅବ୍ୟବସ୍ଥା ଘେରରେ ଅନେକ ବିଦ୍ୟାଳୟ
ମାଲକାନଗିରି , ୨୮ ଅଗଷ୍ଟ (ହି.ସ.)-ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଳକରେ ଥିବା ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। କେଉଁଠି ବିଦ୍ୟାଳୟର ଛପର ଓ ଛାତ ସମ୍ପୂର୍ଣ୍ଣ ଉଡ଼ିଯାଇଛି, ତ ଆଉ କେଉଁଠି ଶ୍ରେଣୀଗୃହର କାନ୍ଥ, ଛାତ ଓ ଚଟାଣ ଭାଙ୍ଗି ବିପଦସଙ୍କୁଳ ଅବସ୍ଥାରେ
ପଡିଆ ବ୍ଲକ ରେ ଅବ୍ୟବସ୍ଥା ଘେରରେ ଅନେକ ବିଦ୍ୟାଳୟ


ମାଲକାନଗିରି , ୨୮ ଅଗଷ୍ଟ (ହି.ସ.)-ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଳକରେ ଥିବା ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। କେଉଁଠି ବିଦ୍ୟାଳୟର ଛପର ଓ ଛାତ ସମ୍ପୂର୍ଣ୍ଣ ଉଡ଼ିଯାଇଛି, ତ ଆଉ କେଉଁଠି ଶ୍ରେଣୀଗୃହର କାନ୍ଥ, ଛାତ ଓ ଚଟାଣ ଭାଙ୍ଗି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ବର୍ଷାଦିନେ ସନ୍ତସନ୍ତିଆ ଓ ଅସୁରକ୍ଷିତ ପରିବେଶରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାକୁ ପଡ଼ୁଛି!

ସୂଚନା ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ହୋଇଥିବା କାଳବୈଶାଖୀ ବର୍ଷାରେ ପଡ଼ିଆ ବ୍ଳକର ରାମାଗୁଡା, ଏମ୍ପିଭି-୪୯, ଏମ୍ ପି ଭି -୬୬, ଏମ୍ଭି-୧୨୫, ସଙ୍ଗେଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ଉଣ୍ଡୁରୁକୋଣ୍ଡା ଉନ୍ନୀତ ଉଚ୍ଚବିଦ୍ୟାଳୟର ଛପର ଓ ଛାତ ଉଡ଼ିଯାଇଛି। ସେହିପରି ଟେକାଲଗୁଡ଼ା, ଏରବନପଲ୍ଲୀ, ଇରାଲଗୁଣ୍ଡି, କୁମ୍ଭାରଗୁଡା, ରେଙ୍ଗାଲିଗୁଡା, ବାଲାମପଲ୍ଲୀ, ନାକାମୁଣ୍ଡା ଓ ଏମ୍ପିଭି-୪୮ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଗୁଡ଼ିକର କାନ୍ଥ, ଛାତ ଓ ଚଟାଣ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ କେତେକର ଅବସ୍ଥା ଏତେ ବିପଦସଙ୍କୁଳ ଯେ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପଲିଥିନ୍ ଟାଣି ଏବଂ ଅସ୍ଥାୟୀ ବ୍ୟବସ୍ଥାରେ ଚାଲିଛି ପାଠପଢ଼ା ୬ ସ୍କୁଲ୍ର ଛାତ ଉଡ଼ିଛି, ୮ ସ୍କୁଲ୍ର କାନ୍ଥ ଓ ଚଟାଣ ଫାଟି ଆଁ ଏଭଳି ଅବ୍ୟବସ୍ଥା ନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ପଲିଥିନ୍ ପକାଇବା ସହ ଅସ୍ଥାୟୀ ବ୍ୟବସ୍ତା କରି ପାଠପଡ଼ା ଜାରି ରଖିଛନ୍ତି | ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଅନେକ ବିଦ୍ୟାଳୟର ମରାମତି ହୋଇନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ, ନିଲିଗୁଡା ପଞ୍ଚାୟତ ଚୁନୁରଗୁଡା ଓ କମାରଗୁଡା ବିଦ୍ୟାଳୟର ରୋଷେଇ ଘର ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଏନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ମରାମତି କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଏ ସମ୍ପର୍କରେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, କିଛି ବିଦ୍ୟାଳୟର ମରାମତି କାର୍ଯ୍ୟ ହାତକୁ ନିଆଯାଇଛି। ଅନ୍ୟ ବିଦ୍ୟାଳୟ ଗୁଡ଼ିକର ମରାମତି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ଦୁର୍ଗମ ଓ ଆଦିବାସୀ ଅଧ୍ୟଷିତ ବ୍ଲକରେ ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ପଡ଼ିଆ ବ୍ଲକରେ ଶିକ୍ଷା ଭିତ୍ତିଭୂମିରେ ସୁଧାର ନ ଆସିବା ଚିନ୍ତାର କାରଣ ପାଲଟିଛି। ତୁରନ୍ତ କ୍ଷତିଗ୍ରସ୍ତ ବିଦ୍ୟାଳୟଗୁଡ଼ିକର ମରାମତି କରି ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande